Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ନବଦୁର୍ଗା ସ୍ତୁତି

ନବଦୁର୍ଗା ସ୍ତୁତି

1 min
567


    

ସର୍ବ ମଙ୍ଗଳ କାରୀଣୀ ଅମ୍ବିକେ ଶଙ୍କରୀ l

ସର୍ବାର୍ଥସାଧିକେ ମାତ ଦେବୀ ମାହେଶ୍ୱରୀ ll


ଅମ୍ବା,ଉମା,ନାରାୟଣୀ,ଗୌରୀ,ହୈମବତି l 

ନବ ରାତ୍ରରେ କରେ ମା ନବ ଦୁର୍ଗା ସ୍ତୁତି ll


ପ୍ରଥମେ ବନ୍ଦିଲି ମୁହିଁ ମାତା ଶୈଳପୁତ୍ରୀ l

ହିମାଳୟ ଗିରି ରାଜ ମେନାଙ୍କ ଦୁହିତ୍ରୀ ll


ଦ୍ୱିତୀୟେ ବନ୍ଦନା କଲି ମା' ବ୍ରହ୍ମଚାରିଣୀ l

ବ୍ରହ୍ନ ବିଦ୍ୟା ପ୍ରଦାୟିନୀ ବ୍ରହ୍ମାଣ୍ଡ ପାଳିନୀ ll


ତୃତୀୟେ ବନ୍ଦିଲି ମୁହିଁ ମାତା ଚନ୍ଦ୍ରଘଣ୍ଟା l

ଘଣ୍ଟା ନାଦେ ଭାଙ୍ଗିଦେଉ ଦର୍ପିଷ୍ଟଙ୍କ ଅଣ୍ଟା ll


ଚତୁର୍ଥେ ବନ୍ଦଇ ମୁହିଁ ମାତା ଶ୍ରୀକୁଷ୍ଣାଣ୍ଡା l

ରାକ୍ଷସ ନିଧନେ ତୋର ହସ୍ତେ ତୀକ୍ଷ୍ଣଖଣ୍ଡା ll


ପଞ୍ଚମେ ବନ୍ଦନା କରେ ଦେବୀ ସ୍କନ୍ଦମାତା l

କାର୍ତ୍ତିକେୟଙ୍କ ଜନନୀ ହିମବନ୍ତ ସୁତା ll


ଷଷ୍ଠରେ ବନ୍ଦିଲି ମୁହିଁ ମାତା କାତ୍ୟାୟନୀ l

କୃଷ୍ଣଙ୍କୁ ଲଭିଲେ ପୂଜି ଗୋପେ ଗୋପାଳୁଣୀ ll


ସପ୍ତମରେ ବନ୍ଦନା ମୋ ମାତା କାଳରାତ୍ରି l

କଉଶଳେ ହରୁ ମାତା କଳା କାଳ ରାତ୍ରୀ ll


ଅଷ୍ଟମେ ବନ୍ଦନାକରେ ମାତା ମହାଗୌରୀ l

ଶ୍ରୀରାମ ଲଭିଲେ ପୂଜି ଜାନକୀ ସୁନ୍ଦରୀ ll


ନବମରେ ସିଦ୍ଧି ଦାତ୍ରୀ ସିଦ୍ଧି ପ୍ରଦାୟିନୀ l

ସିଦ୍ଧିପ୍ରଦେ ତୋ ଚରଣେ କରଇ ଦୟିନୀ ll


ନବ ରାତ୍ରେ ଡାକେ ମାତ ନବଦୁର୍ଗା ବନ୍ଦୀ l

କୃପା କଟାକ୍ଷେ ତରିବି ସଂସାର ବାରିଧି ll



Rate this content
Log in

Similar oriya poem from Inspirational