Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Inspirational

4  

Biswanath Nayak

Inspirational

ନବ ଜାଗରଣ

ନବ ଜାଗରଣ

1 min
334



ପ୍ରତି ପ୍ରଭାତରେ

ଧରା ବକ୍ଷେ ରବି

ଢାଳେ ଆଶାର କିରଣ। 

ନର ପଶୁପକ୍ଷୀ 

ତରୁଲତା ପ୍ରାଣେ

ଆସେ ନବ ଜାଗରଣ। 


ନୂଆ ସମ୍ଭାବନା

ନୂଆ ଆଶା ନେଇ

ଆକାଶରେ ପକ୍ଷୀ ଉଡ଼େ। 

ଅତୀତର ଦୁଃଖ

ଅବସାଦ ଭୁଲି

ଉଜୁଡା ନୀଡ଼ ସଜାଡେ। 


ନବ କିଶଳୟ

ନୂତନ କଳିକା 

ବିକଶିତ ହେବା ଆଶେ। 

ସୁନେଲି କିରଣ

ମଧୁ ପରଶରେ

ବୃକ୍ଷଲତା ସବୁ ହସେ। 


କୃଷକ ସଜାଡେ

ଅସଜଡା କ୍ଷେତ

ଆଗାମୀ ଫସଲ ପାଇଁ। 

ସରବେ ଯାଆନ୍ତି

ନିଜ କର୍ମକ୍ଷେତ୍ରେ

ଭରସା ବିଶ୍ଵାସ ନେଇ। 


ସବୁ ରାତି ପାହେ

ସକାଳ ତ ଆସେ

ନବ ଜାଗରଣ ଧରି। 

ସବୁ ଦୁଃଖ ଯିବ

ଖୁସି ତ ଫେରିବ

ନୂତନ ସକାଳ ପରି। 


ଆସ ଆମେ ସର୍ବେ

ଭୁଲି ଦୁଃଖ କ୍ଳାନ୍ତି

ଭେଟିବା ନୂଆ ସୂରୁଜ। 

ନବ ପ୍ରଭାତକୁ

ସ୍ଵାଗତ କରିବା

ବୁଣି ଆଶାର ମୁରୁଜ। 


ମନେ ଭରି ନବ

ଆଶା ଉଦ୍ଦୀପନା

ରଙ୍ଗ ଭରିବା ଜୀବନେ। 

ଆଶା ଓ ଉତ୍ସାହ

ନାମ ହିଁ ଜୀବନ

ଅବସାଦ କିଆଁ ମନେ !



Rate this content
Log in