ନୈସର୍ଗିକ ପ୍ରେମର ଛବି
ନୈସର୍ଗିକ ପ୍ରେମର ଛବି


ଜୀବନ ନାଟକ ମଞ୍ଜୁଳ ମଞ୍ଚରେ ନାୟକ ନାୟିକା ସାଜି
ଚିରଦିନ ପାଇଁ ଅଲିଭା ଲିପିରେ ଇତିହାସ ଯିବା ରଚି
ତାଜମହଲର ଶିଳ୍ପଶ୍ରୀ ସଂପଦ ତହୁଁ ବଳି ଶତଗୁଣ
ଗଢ଼ିବା ଆମୋଦେ ଅନନ୍ୟ ମୀନାର ନୈସର୍ଗିକ ପ୍ରେମ ଚିହ୍ନ ।।
ଗୀତ ଗାଉଥିବ କଳ କଲ୍ଲୋଳିନୀ ଯମୁନା ନଦୀର ଜଳ
ସେ ଜଳ ରେ ଜଳଛବି ସାଜିଥିବ ଆମରି ପୁଣ୍ୟ ନୀଡ
ଦେଖି ଦେଖି ତାକୁ ଇର୍ଷା କରୁଥିବ ଅସ଼ିହିଷ୍ଣୁ ଜନ ମନ
ତୁମେ ଦିଶୁଥିବ ଅନିନ୍ଦ୍ୟ ସୁନ୍ଦର ମୋ ମନ ଆକାଶ ଜହ୍ନ ।।
ରାତିର ତାରକା ଜହ୍ନ ଜୋଛନା ରଜତ ଚାନ୍ଦୁଆ ତଳେ
ଚିର ଶାଶ୍ଵତ ୟେ ଅମର ପ୍ରେମର ରଙ୍ଗ ମଖା ଚିତ୍ର ଝଳେ
ଗହନ ନିଘଞ୍ଚ ବନାନୀ କୋଳର ପାହାଡି ଝରଣା କୂଳେ
କୁରଙ୍ଗ କୁରଙ୍ଗୀ ସମ ହୋଇ ସହୀ ହଜିଯିବା ପ୍ରେମ ଭୋଳେ ।।
ଅଭୁଲା ସ୍ଵର୍ଗିୟ ୟେ ମିଳନ ଯଥା ଭାନୁ ପଦ୍ମିନୀ ର ପ୍ରେମ
ଚନ୍ଦ୍ର କୁମୁଦିନୀ ସମାନ ସଜନୀ ଶାଶ୍ଵତ ୟେ ଚିରଦିନ ।।