ନାରୀର ମହତ୍ତ୍ୱ
ନାରୀର ମହତ୍ତ୍ୱ
ନାରୀ ତୁହି ଦେବୀ ଶକ୍ତି ସ୍ୱରୂପିଣୀ
ତୋହର ତୁଳନା ନାହିଁ
ହୋଇଥିଲୁ ଦୁର୍ଗା ତୁହି ତ ଲକ୍ଷ୍ମୀ
ସରସ୍ୱତୀ ମାତା ତୁହି
ଜନ୍ମଦାତ୍ରୀ ହୋଇ କରିଅଛୁ
ଏ ସୃଷ୍ଟିକୁ ତୁହି ସର୍ଜନା
କେତେ ଦୁଃଖ ସହି ସନ୍ତାନ ପାଳୁ
କେ ବୁଝିବ ତୋ ବେଦନା
ସ୍ନେହ ମମତାର ପ୍ରତିମୂର୍ତ୍ତି ହୋଇ
ଭଗିନୀ ରୂପେ ଆସୁ
ଭାଇ ପାଇଁ ଶୁଭ ମାନସି ପୁଣି ରାକ୍ଷୀ
ବାନ୍ଧିବାକୁ ବସୁ
ଦୁହିତା ହୋଇ ତୁ ଆସିଅଛୁ
ଦୁଇ କୁଳକୁ ରକ୍ଷା କରିବା ପାଇଁ
ପତ୍ନୀ ହୋଇ ଆସିଅଛୁ ତୁହି ତ
ପତି ସାଥେ ସାଥେ ଚାଲିବା ପାଇଁ
ରାଣୀ ଲକ୍ଷ୍ମୀବାଈ ହୋଇ ଜୀବନ
ଦେଲୁ ଏ ଦେଶ ଜାତି ପାଇଁ
ମା ରୂପେ ତୁହି ସେବା କରିଥିଲୁ
ମଦର ଟେରସା ହୋଇ
ଯୁଗେ ଯୁଗେ ନାରୀ ପୂଜ୍ୟା ବୋଲି
ଜାଣନ୍ତି ସାରା ସଂସାର
ତୋ ହୃଦୟ ମମତାର ସାଗର
&
nbsp;କ୍ଷମାର ତୁହି ଅବତାର
ଦୁଃଖ ଦେଇଛି ଜଗତ ଭାବନ୍ତି
ତୋତେ ତୁଚ୍ଛ ନାରୀ
ବଧୂ ହତ୍ୟା କରନ୍ତି କେବେ
ସବୁ ଜ୍ଞାନ ଭୁଲି କରି
ଛୋଟ ଝିଅଟିଏ କୁନି ପରୀଟିଏ
ସଭିଙ୍କୁ ହସାଉ ଥାଏ
ହେଲେ ନିର୍ଦ୍ଦୟ ମାନବ କରି
ଦୁଷ୍କର୍ମ ତାର ସର୍ବନାଶ କରି ଦିଏ
ଗୃହଲକ୍ଷ୍ମୀ ହୋଇ ନାରୀ ଗୃହକୁ
ଆସିବ ପୁରୁଷର ହାତ ଧରି
କେତେ କଥା ସହି ଯିବ ସେ
ସଭିଙ୍କୁ ଆପଣାର କରି
କନ୍ୟା ଭୂଣ ହତ୍ୟା କରନ୍ତି କେତେ
ପିତା ମାତା ନିର୍ଦ୍ଦୟ ହୋଇ
ପ୍ରେମ ନାଆଁରେ ଦିଅନ୍ତି ଯାତନା
ନାରୀ ସହେ ଅସହାୟ ହୋଇ
ନାରୀ ପରା ସ୍ରଷ୍ଟା ନାରୀ ବିନା
ଜଗତ ରହି କି ପାରିବ
ନାରୀକୁ ଦେଲେ ସମ୍ମାନ
ନାରୀ ଜାତି ତ ସୁରକ୍ଷିତ ହେବ
ନାରୀର ମହତ୍ତ୍ୱକୁ ଯେବେ ବୁଝିପରିବା
ଆମ ନାରୀ ଜାତିକୁ ଆଗକୁ ନେବା