Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Inspirational

3  

ଅନିଲ କୁମାର

Inspirational

# ନାରୀ #

# ନାରୀ #

1 min
255


  


ମାତୃ ସ୍ୱରୂପିଣୀ ନାରୀଯେ ଅଟଇ

   ଦୁନିଆରେ ସର୍ବଶ୍ରେଷ୍ଠ

ସବୁ କିଛି ପରା ତା ପାଖେ ସମ୍ଭବ

   ଜଗତେ ସିଏ ବଳିଷ୍ଠ ।।


ନିଜ ଜୀବନକୁ ଉତ୍ସର୍ଗୀତ କରେ

   ଜଗତ କଲ୍ୟାଣ ପାଇଁ

ତ୍ୟାଗର ନମୂନା ସମଭାବ ରଖେ

  ଖୁସିର ମହକ ଦେଇ ।।


ନାରୀ ରହିପାରେ ସଭିଙ୍କ ମନରେ

   ପ୍ରୀତିର ପୀୟୂଷ ନେଇ

ଆଶାର ଆଲୋକ ଜଲାଏ ସର୍ବଦା

   ଅନ୍ଧାର ଦିଏ ଦୂରେଇ ।।


ନାନା ଦୁଃଖ ସହି ପରିବାର ପାଇଁ 

   କରିଥାଏ ବହୁ ତ୍ୟାଗ

ତାହାରି ଆଦରେ ଗଢାହୁଏ ପୁଣି

   ଜୀବନର ମହାଯୋଗ ।।


ସହିଷ୍ଣୁତା ପୁଣି ପ୍ରେମ ପ୍ରଦାୟିନୀ

   କରୁଣାର ଅବତାର 

ଅମାପ ସ୍ନେହର ଭଣ୍ଡାରେ ସାଇତା 

   ମମତାର ଅଭିସାର ।।


ଝଡ ଝଞ୍ଜା ସବୁ ସହିଯାଏ ସିଏ

   କଷ୍ଟକୁ ଦେହରେ ମାରି

ଆଦର ଯତନ ସେବା ବଳିଦାନେ 

  କେହି ନୁହେଁ ତାର ସରି ।।


ଜନନୀ ଭଗିନୀ କନ୍ୟା ଅର୍ଦ୍ଧାଙ୍ଗିନୀ

  ଯେତେ ରୂପ ଓ କାହାଣୀ

ସଂସାରଟା ସାରା ସୁଖମୟ ହେଉ

   ତା ଗୁଣ ନାମ ବଖାଣି ।।



Rate this content
Log in

Similar oriya poem from Inspirational