ନାରୀ
ନାରୀ
ସଂବୋଧନେ ସିନା ନାରୀ ନାରାୟଣୀ
ସଂସ୍କୃତି କହେ ସେ ଦାସୀ ।
ତାଡନା ଲାଞ୍ଛନା ପ୍ରବଞ୍ଚନା ଯେତେ
ତା ମଥାର ଦିଅ ଲେସି ।।
ଦେବଦାସୀ ହୋଇ ନାରୀଟି କାହିଁକି
ପାଦରେ ଘୁଂଗୁଂର ପିନ୍ଧେ ।
ଧନ ଲୋଭେ କିଆଁ ବୃହନଳା ସାଥେ
ବିବାହ ସଂପର୍କ ବାନ୍ଧେ ।।
ସଂସାର ହାଟରେ ବାଟ ଭୁଲିଯାଇ
ଗୁମୁରି ଗୁମୁରି କାନ୍ଦେ ।
ନାରୀ ହୋଇ ସିଏ ଜନମ ନେବାରେ
ନିଜ ଭାଗ୍ଯକୁ ନିନ୍ଦେ ।।
ଜୀବନକୁ ତାର ପଣ୍ଯ ଦ୍ରବ୍ଯ ଭାବି
ଛନ୍ଦ କପଟର ଫନ୍ଦେ ।
କିଏ ଭାବେ ତାକୁ ବିଳାସ ସାମଗ୍ରୀ
ଗୋଲାପ ଫୁଲର ଗନ୍ଧେ
।।
ଶିକ୍ଷାରୁ ବଂଚିତା ହେବାପାଇଁ ନାରୀ
କିଏ ଲେଖିଗଲା ପୋଥି ।
ସଂବିଧାନ ତାକୁ ସୁରକ୍ଷା ବଳୟେ
କରିଦେଲା ସଭାନେତ୍ରୀ ।।
ନାରୀକୁ ଦିଅନା ଶାସ୍ତି ଆଉ କେବେ
ତା ବିନେ ଅଧୂରା ସୃଷ୍ଟି ।
ନାରୀବିନା କେବେ ସୁନ୍ଦର ଦିଶେନା
ଘରର ଅଗଣା ଏଠି ।।
ନାରୀର ଲାଜରେ ଲେଖା
ଅନେକ ଯୁଗର କଥା ।
ଓଦା ଓଠୁ ତାର ପ୍ରୀତି ମଧୂ ଝରେ
ଦୁଃଖ ଦିଏ ନିରବତା ।।
ନାରୀ ରୂପି ଆମ ମାଁ'
ବଞ୍ଚିବାର ଆମ ରାହା
ଜନମ ଦେଇଛି ପାଳିଛି ପୋଷିଛି
ଦେଇଚି ମାଗିଛେ ଯାହା ।।