STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ନାରୀ

ନାରୀ

1 min
337



ଓଢଣା ବଳୟ ଆଳୟ 

ନାରୀ କାଳକୁ କରେ ଜୟ 

ଦେଇ ଦିଗଦର୍ଶନ କରି ସଂଶୋଧନ 

ସମାଧାନ ପଥ ଓ ପାଥେୟ 

ଦିଗବରେଣୀ ଖୁଣ୍ଟି ରହିଥାଏ ଖାଣ୍ଟି 

ଫିଙ୍ଗି କାଣ୍ଟି କେଵେ ନଝୁଣ୍ଟି 

ଓଢଣା ତଳ ଦିଗବଳୟ 

ପୂର୍ଣ୍ଣକୁମ୍ଭ ସିଏ ମୁଠାଏ ଅରୁଆ ବର୍ଣ୍ଣ 

ଚାନ୍ଦିନୀ ରାତିର ପୂର୍ଣ୍ଣମୀ ଜହ୍ନ ଚିହ୍ନ 

ପରଦା ପଛପଟ ଆଗ୍ନେୟ 

ଜିତିପାରେ ଛତା ପରି 

ଛାତିକୁ ପଥର ପରି କରି 

ସୁଷମାରେ ଗରିମାମୟ ନାହିଁ ଅବକ୍ଷୟ 

କୀର୍ତ୍ତିରେ ପ୍ରୀତିରେ 

ମସ୍ତିରେ ବସ୍ତିରେ 

ରାଣୀମହୁମାଛିର ନାହିଁ ପରାଜୟ 

ବନିପାରେ ଲଷ୍ମୀବାଇ 

ଦାୟିତ୍ୱରେ ଜୀଜାବାଇ 

ଅହଲ୍ୟା ସାବିତ୍ରୀ ଦ୍ରୌପଦୀ ମନ୍ଦୋଦରୀ 

ପରି ନାରୀ ସିଏ ସରଗପରୀ 

ଦୁର୍ବଳମନା କତିପୟ 

ମଧୁମତି ସୁମତି ପତି ଭକ୍ତି 

ଭାବ ଭବରେ ପାଇ ପ୍ରଶସ୍ତି 

ତୁଳସୀ ଚଉରାରେ ରଖି ଲୟ 

ନାରୀ ନାରାୟଣୀ ଦୁର୍ଗା କାଦମ୍ବିନୀ ଅପରାଜିତା 

ଲଷ୍ମୀ ସାବିତ୍ରୀ କାଳୀ ପାର୍ବତୀ ମାତା ସୀତା 

ନାରୀ ସର୍ବଂସହା ଧରିତ୍ରୀ ଅମର ଅଜୟ 

ତା ନିତିପ୍ରତି କଥା ଗାଥାରେ ବିଶ୍ବବନ୍ଦିତା


Rate this content
Log in

Similar oriya poem from Inspirational