ନାରୀ
ନାରୀ


ମୁଁ ହିଁ ସୃଷ୍ଟି ସେ ହିଁ ମୁକ୍ତି
ସେ ହିଁ ମୁକ୍ତିର ପଥ ,
ସଦକାଲେ ଯାଏ ଚିନ୍ତା ଚିନ୍ତା ଦିନ
ଏ କଥା ଯାଣାଇ ଜଗତ ।
ବାଧା ବିଘ୍ନ ବହୁ ସହି ଯାଉଥାଏ
କଣ୍ଟା ମାର୍ଗେ ପଛେ ରହି,
ଦୁଃଖ ଦୁଃଖରେ ଯାଏ ତା ଜିବନ
ତା ସରି କେହି ହେବ ନାହିଁ ।
ଭବିଷ୍ୟତ କୁ ଉଜ୍ଜଳ କରେ
ସେ ଆଉ ନୁହେଁ କେହି,
ଜନମ ହୋଇଛି ଦୁନିଆରେ ନାରୀ
କେତେଯେ ଯାତନା ସହି ।
ଶାଶୁ ଶଶୁରଙ୍କୁ ଏକ ଡୋରି ବାନ୍ଧି
ଘରେ କରିଥାଏ ସାଜି,
ତାଙ୍କ କଥା କାହି ବୁଝିଛନ୍ତି ଲୋକେ
ଲୁହ ଜରାଉଛି ଆଜି ।
ଶୀତ କାକରରେ ସକାଳୁ ଉଠି &n
bsp;
ଘର କାମେ ବ୍ୟସ୍ତ ଥାଏ,
ଉଠିକି ପାରିବ ତୁମେ ଏ ସମୟ
ହାତ ଗୋଡ଼ ଥରୁ ଥାଏ ।
ସର୍ବେ ବୋଝକୁ ମୁଣ୍ଡରେ ରଖି
କାହାକୁ କିଛି ନ କହି,
ଦୁଃଖରେ ପଛେ ଜୀବନ ଯାଏ
ବୁଜନ୍ତି ନି ନାରୀର ଦୁଃଖ କେହି ।
ଝଡ଼ ବାତ୍ୟା ବନ୍ୟା ଆସିଲେ ବି
ଘୁଞ୍ଚି ନ ଯାଏ ପଛକୁ,
ନିଜ ଜୀବନ କୁ ତ୍ୟାଗ କରି
ଆଦରି ନିଏ ସଭିଙ୍କୁ ।