ନାରୀ,,,,,,,,,
ନାରୀ,,,,,,,,,


ନାରୀ ଅଟେ ପଞ୍ଚାମୃତ
ସକଳ ଗୁଣରେ ସୀତା
ନାରୀ ନୁହେଁ ଦହନ
ଦୁହିତା ଦୁଇ କୁଳ ହିତା
ନାରୀ ଗୀତା ଭାଗବତ
ବେଦ ମନୁ ସଂହିତା
ନାରୀ ନୁହେଁ ଭଗ୍ନାଂଶ
ଭୃଗୁ ସଂହିତା ସମ୍ପୂର୍ଣ୍ଣତା
ନାରୀ ସୁଗୃହିଣୀ ପତିବ୍ରତା
ଅବୟବ ସ୍ବର୍ଣ୍ଣ ସୀତା
ନାରୀ ଏକ ବଧୁ କାମିନୀ କାଞ୍ଚନ
ସାମଗ୍ରିକ ସତ୍ତା
ନାରୀ ମାଆ ରୂପେ ସ୍ନିଗ୍ଧ
ତଥା ଶୁଦ୍ଧ ବ୍ୟାକୁଳତା
ନାରୀ ସ୍ତ୍ରୀ ରୂପେ ସିନ୍ଦୁରେ
ସିନ୍ଦୁର ପରିଣିତା
ନାରୀ ନେତ୍ର କଜ୍ଜ୍ୱଳ ଭରି
ମୁଖ ପଦ୍ମ ପରି ଦିଏ କେତେ ବାର୍ତ୍ତା
ସର୍ତ୍ତ ଓ ସ୍ୱାର୍ଥ ଉର
୍ଦ୍ଧରେ ନାରୀ
ପୂର୍ଣ୍ଣଗଭା ପୂର୍ଣ୍ଣିକୁମ୍ଭ ଅସ୍ମିତା
ନାରୀ ସକଳ ଶକ୍ତି ସ୍ପୁର୍ତ୍ତି
ମୈତ୍ରୀ ପ୍ରୀତି ଗାଥା
ନାରୀ ମଙ୍ଗଳେ ମାଙ୍ଗଳିକା
ଦ୍ରୌପଦୀ ଅହଲ୍ୟା କୌଶଲ୍ୟା ମାତା
ଦେବକୀ ପରି ସହି ସହି କଷଣ
ଦିଏ ଶାନ୍ତି ବାର୍ତ୍ତା
ଯଶୋଦା ପରି ଡାକି ଡାକି କହ୍ନେଇ
ଦେଖେ ବିଶ୍ଵରୂପ ଗୀତା
କଳ୍ପନା ଇନ୍ଦିରା ନନ୍ଦିନୀ ବି ନାରୀ
କର୍ମ ନିପୁଣ ଗରିମା କଥା
ଇତିହାସ ପୁରାଣ ବର୍ଣ୍ଣିତ ନାରୀ
କିମ୍ବଦନ୍ତୀ ଆଜିର ଗାଥା
ତାରା ଓ ଜହ୍ନ ଭିତରେ ନାରୀ ମୁହଁ
ଏକଦମ ଏଯାବତ ଲାଜକୁଳୀଲତା
ନାରୀ ତେତ୍ରୀଶ ସହ କୋଟି ଦେବୀ
ଗୁଳ୍ମ ଠାରୁ ଦ୍ରୁମ ପଶୁ ପକ୍ଷୀ ମଣିଷ ଜାଣେ ଏ କଥା