ନାରୀ କାହିଁ ନାହିଁ ସୁରକ୍ଷିତା
ନାରୀ କାହିଁ ନାହିଁ ସୁରକ୍ଷିତା
ଜନନୀ ପାଳନକାରିଣୀ ମାଆ ପୃଥିବୀ ପରି
ଧାରଣ କାରିଣୀ
ପବିତ୍ର ବନ୍ଧନରେ ଜାୟା, ପବିତ୍ର ପ୍ରେମର
ଅଟେ ବୈତରଣୀ ।
ସ୍ନେହ ମମତା ପୂର୍ଣ ଭଗିନୀ, ତାର ବିନା
ନୁହେଁ ସଂସାର ସୁନ୍ଦର
ଜନନୀ ଜାୟା ଭଗିନୀ ନାରୀର ବିଭିନ୍ନ
ରୂପରେ ବାନ୍ଧି ଥାଏ ସଂସାର ।
ସ୍ନେହର ସଲିଳ ସିଞ୍ଚି ଫୁଟାଏ ହସର ପ୍ଲାବନ
କାହାରି ଅଇରୀ ନୁହଇ ନାରୀ
ଗୃହଲକ୍ଷ୍ମୀ, ଚିର ବନ୍ଦନୀୟା, ପୂଜ୍ୟା ପାଏ
ଯୁଗେ ଯୁଗେ ନାରୀ ।
ନାରୀ ନୁହେଁ ଅବଳା ଦୁର୍ବଳା, ତାର ସାଧନାରେ
ସେ ରଖିଥାଏ ଯଶ କୀର୍ତ୍ତି
ନାରୀ ଶାନ୍ତି ମୈତ୍ରୀ ପ୍ରଗତି ର ପୂଜନୀୟ ସେ ତ
ସେବା ମମତାର ମୂର୍ତ୍ତି ।
ଏହି ଦେଶ ସଂସ୍କୃତି, ରମ୍ୟନ୍ତି ତହିଁ ଦେବତା
ଯେଉଁ ଠାରେ ନାରୀ ପୂଜା ପାଇ ଥାଏ
କାହିଁକି ଓ କାହା ଯୋଗୁ କୁହ ଭଉଣୀ ଭାଇ
ଉପଭୋଗ୍ୟା ବସ୍ତୁ ପାଲଟି ଯାଏ ।
ନର ରାକ୍ଷସ ବଢ଼ି ଚାଲିଛନ୍ତି ଏଠି, ଦୁଷ୍କର୍ମରେ
ନାରୀହୁଏ ନିର୍ଯ୍ୟାତିତା
ସ୍ୱାଧୀନ ହୋଇଛେ, ଭାବ ଥରେ ଆଜ, ଏ ନାରୀ
କାହିଁ ନାହିଁ ସୁରକ୍ଷିତା ।