ନାରୀ ହିଁ ସୃଷ୍ଟି
ନାରୀ ହିଁ ସୃଷ୍ଟି
1 min
198
ନାରୀ ଜୀବନରେ
ମାତୃତ୍ୱର ମୂଲ୍ୟ
ସେ ହିଁ ବୁଝେ ଯିଏ
ସୃଷ୍ଟି ସେଇଠୁ ହୁଏ
କେବଳ ନାରୀ ହିଁ ବୁଝେ
ସନ୍ତାନକୁ ଗର୍ଭରେ ଧାରଣ
କାଟୁଥିବା ପ୍ରତିଟି ମୁହୂର୍ତ୍ତ
ଅସମ୍ଭବ ଶବ୍ଦରେ ପ୍ରକାଶ
ସେ ହିଁ ନାରୀବାଦର
କଳ୍ପନା କରେ
ଯିଏ ସୃଷ୍ଟିର ମର୍ଯ୍ୟାଦା ନ ବୁଝେ
ତା ଲାଗି ପରା ଏ ସୃଷ୍ଟିର ସର୍ଜନା
ଯିଏ ପ୍ରୀତିର ପ୍ରେରଣା
ମମତାର ମନ୍ଦିର
ପୁଣି ସ୍ନେହର ସାଗର
ତା ତ୍ୟାଗରେ ଏ ଦୁନିଆଁ ନତ ସେ ହିଁ ଆଦି,
ସେ ହିଁ ଅନ୍ତ
ସକାଳ ଅରୁଣ ହୁଏ ପା ଜାଗ୍ରତ!
ତା କାର୍ଯ୍ୟ ସରିଲେ
ହେଇଥାଏ ଅସ୍ତ
ସର୍ବଦା ଚଞ୍ଚଳ ନିଜ ପାଇଁ
ନଥାଏ ବେଳ
ସମୟ ପାଏ ନାହିଁ ପୋଛିବା ପାଇଁ ମୁଣ୍ଡର ଝାଳ
ପ୍ରଶ୍ନ ଉଠୁଛି କୋଉଠି !!
ଇଏ ପରା ସ୍ରଷ୍ଟାର ଖେଳ...