ନାରୀ ଏକ ସଂଜ୍ଞାହୀନ ସାଧନା
ନାରୀ ଏକ ସଂଜ୍ଞାହୀନ ସାଧନା
ଜରାୟୁ ରୁ ଜରା ଯାଏ
ପୁଲକ ରୁ ପଲକ ଯାଏ
ସୃଷ୍ଟି ରୁ ସ୍ରଷ୍ଟା ଯାଏ
ସେ ଥାଏ ଆମ ଭିତରେ
ଚେତନା କୁ ଜାଗ୍ରତ କରି
ଆଦ୍ୟରୁ ପ୍ରାନ୍ତ ଯାଏ
ଉପାନ୍ତ ରୁ ସୀମାନ୍ତ ଯାଏ ।।
ତମେ ଦେଖିଛ ତାକୁ,
କୁଆଁ କୁଆଁ ଡାକି
ଲକ୍ଷ୍ମୀପାଦ ଥାପି ଆସିବାର ।।
କଣ୍ଢେଇ ଖେଳରେ
ବାଲିଘର ତୋଳିବାର।।
ସ୍କୁଲ ଡ୍ରେସ ପିନ୍ଧି
ସାଇକେଲ ଧରି
ସାଙ୍ଗ ମେଳେ ଗପିବାର।।
ସ୍କୁଟି ଧରି କଲେଜରୁ ଫେରିଲା ବେଳେ
କୃଷ୍ନଚୁଡା ମୂଳେ କାହାକୁ ଦେଖି
ଚୁପିଚୁପି ହସିବାର।।
ବଉଳ ପାଟ୍ଟ ପିନ୍ଧି
ଅଳତା ନାଇବାର।।
କୋଳରେ ପିଲାକୁ ଧରି
ଘରକୁ ଫେରିବାର।।
ସବୁ ଅତ୍ୟାଚାର ସହି
ଲୁହ ପୋଛି ହସିବାର।।
ସେ କଣ ଖାଲି ଏତିକି
ସୀମିତ ତା ପରିଧି?
କେବେ ଥରେ,
ତାକୁ ସାଧ୍ୟ କରି ସାଧକଟେ ହୋଇଯାଅ।
ସେ ତୁମ ହାତ ଧରି ନେଇଯିବ
ଆସକ୍ତି ରୁ ନିବୃତି ଯାଏ
ସୁସୁପ୍ତି ରୁ ଜାଗୃତି ଯାଏ
ନିସ୍ୱତା ରୁ ନିର୍ବାଣ ଯାଏ।