ନାଆଁଟି ମୋର ଗୁଟଖା
ନାଆଁଟି ମୋର ଗୁଟଖା
ନାଆଁଟି ମୋର ଗୁଟଖା
ନାଲିଆ ନେଳିଆ ରଙ୍ଗୀନ ଜରିରେ
ଦିଶୁ ଥାଏ ସଦା ତଟକା
ସୁପାରି ଗୁଣ୍ଡରେ ମୋର କଳେବର
ଭାବୁଛ କି ମୋତେ ତୁଟୁକା
ନାଆଁଟି ମୋର ଗୁଟଖା ।
ରୋଗ ଭଲ ପାଇଁ ଯେମିତି ଖାଆନ୍ତି
ଗୋଟା ପରେ ଗୋଟା ବଟିକା
ରୋଗ କିଣିବାକୁ ସେମିତି ଖାଆନ୍ତି
ଗୋଟା ପରେ ଗୋଟା ଝୁଟଖା
ନାଆଁଟି ମୋର ଗୁଟଖା ।
କ୍ୟାନସର ଛପା ଦେଖି ଖାଏ ବୋକା
ପାଇ ନାହିଁ ମୋର ଝଟକା
ନିଜକୁ ଚାଲାକ୍ ବେଶି ଯେ ଭାବୁଛି
କେବେ ପଶିଯିବ ଛନକା
ନାଆଁଟି ମୋର ଗୁଟଖା ।
ସ୍ବାସ୍ଥ୍ୟ କ୍ଷତି ନେଇ ନିଷିଦ୍ଧ କରଇ
ସରକାର
ମିଛି ମିଛିକା
ବିକୁଥିବା ଲୋକ ଦଣ୍ଡ ପାଇଥିବେ
ଦଣ୍ଡୁଥିବେ ବାଛି ବାଛିକା
ନାଆଁଟି ମୋର ଗୁଟଖା ।
ଟିଭି ପରଦାରେ ମୋ ପ୍ରଚାର ଚାଲେ
ନାହିଁ କେ ଏଠି ମୋ ପରିକା
ମୋର ଜନ୍ମଦାତ୍ରୀ ଟଙ୍କା ଫୋପାଡନ୍ତି
ବଢାଇବାକୁ ମୋ ତରିକା
ନାଆଁଟି ମୋର ଗୁଟଖା ।
ମୋତେ ଯିଏ ଖାଏ ବିଷ ରୂପେ ଥାଏ
ତାହାର ପାଟିରୁ ଘଣ୍ଟିକା
କ୍ୟାନସର ମୂଳ ମନ୍ତ୍ର ମୋ ସମ୍ବଳ
ମୁଁ ତାର ଜୀବନ ନାଟିକା
ନାଆଁଟି ମୋର ଗୁଟଖା ।
ମୂଳୁ ଦେଲେ ମାରି ସବୁ ଯିବ ସରି
ମୋ ଜନ୍ମ ଦୁର୍ଗର ପରିଖା
ଆଉ ମିଳିବନି ବ୍ଲାକ ମୋଟା ମୋନି
ଓହ୍ଲାଇଲେ ସୁନା ଖଡ଼ିକା
ନାଆଁଟି ମୋର ଗୁଟଖା ।