Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Others

3  

Sahadev Behera

Others

ନ ଥିବ ତମେ ମୋ ସାଥେ

ନ ଥିବ ତମେ ମୋ ସାଥେ

1 min
11.4K



ଦିନେ ନ ଦେଖିଲେ  କଥା ନ ଗପିଲେ 

   ଆଖିକୁ ଆସେନି ନିଦ 

ସାରା ଦୁନିଆଟା ଲଅକ୍ ଡାଉନ୍   

    ସାଜୁଛି ମୋ ପାଇଁ ବାଦ ll 1


ହାତ ଧରି ମୋର  ପଥ ଚାଲୁଥିଲ  

    ପ୍ରେମ କଥା କହି କରି 

ଫୁଲ ଅଗଣାର  କୋଳେ ଶୋଉଥିଲ

    ଆଖିରେ ଇସାରା ମାରି  ll 2

     

ଆଇସକିରିମ୍    ଖାଇବାର ମଜା 

     ମୁହଁକୁ ମୁହଁ ଭିଡାଇ 

 ଆଜି ସବୁ ସେଇ  କରୋନା ଭୂତାଣୁ 

      ଦେଇଛି ନିଆଁ ଲଗାଇ ll 3

      

ଇଛା ହୁଏ ମୋର  ଲୁଚି ଲୁଚି ଯାଇ 

    ରହନ୍ତି ତୁମରି ପାଶେ 

ଘରଠୁ ବାହାର   ପଇଁତରା ଏଠି 

     ସଭିଏଁ ପୋଲିସ୍ ବେଶେ ll 4

      

ଜଳବିନା ମୀନ  ତମ ବିନା ମନ 

    ସବୁ ଲାଗେ ତୁଛ ପରି 

ରକତ ମାଂସର  ଦେହ ଅଛି ସିନା 

     ପ୍ରାଣଟା ଗଲାଣି ମରି  ll 5

     

କାହିଁକି ଯେ ଭଲ  ପାଇଲି ତମକୁ 

     ଉଡନ୍ତା ବିମାନ ପଥେ 

ଦିନ କେଇଟାରେ  ଶବ ମୋ ଉଠିବ

    ନ ଥିବ ତମେ ମୋ ସାଥେ  ll 6



Rate this content
Log in