Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

4  

DILIP KUMAR SAHOO

Others

ମୁଠାଏ ଭାତ

ମୁଠାଏ ଭାତ

1 min
210


ମୁଠାଏ ଭାତରେ ମୁଠାଏ ଭାତ

ଭାତ ମୁଠା ପାଇଁ ପର ଘରେ ନିତି

ଭୋକ ବିକଳରେ ପାତୁଛୁ ହାତ

କଅଁଳ ବୟସେ କାମ କରୁକରୁ

ସମୟ ମାରଇ ଆମକୁ ନାତ

ମୁଠାଏ ଭାତରେ ମୁଠାଏ ଭାତ ।


ପଢିବା ଲେଖିବା ଶିଖିଲୁ ନାହିଁ

କଣ୍ଢେଇ ଖେଳନା ଦେଖିଲୁ ନାହିଁ

ସିଲଟ ଖଡିରେ ଲେଖିଲୁ ନାହିଁ

ଭଲମନ୍ଦ କିଛି ଚାଖିଲୁ ନାହିଁ

ଏନ୍ତୁଡିଶାଳରୁ ଲୁହରେ ଭାସୁଛୁ

ପାଉନି ଆହୁଲା ପାଉନି କାତ

ମୁଠାଏ ଭାତରେ ମୁଠାଏ ଭାତ ।


ଛାଇ ଆମପାଇଁ ସାତ ସପନ

କାହାଣୀ ଆମର ରହେ ଗୋପନ

ବଇଶାଖୀ ତାତି ଆମ ଜୀବନ

ନିଃଶ୍ୱାସରେ ଆମ ବିଷ ପବନ

ଆଖିରୁ ଶୁଖୁନି ଧାରା ଶିରାବଣ

ପେଟ ପାଇଁ ଆମେ ସହୁଛୁ ବେତ

ମୁଠାଏ ଭାତରେ ମୁଠାଏ ଭାତ ।


କଅଁଳ ବଅସ କଅଁଳ କଢି

ଫୁଟିବା ଆଗରୁ ଯାଉଛୁ ଝଡି

ସବୁ ଦିନ ଆମ ବରଷା ବଢି

ଜୀଇବା ପାଇଁକି ମରୁଛୁ ସଢି 

ପଡ଼ିଉଠି ଆମେ ଚାଲୁଛୁ ନିଇତି

ଆଖି ପାଉନାହିଁ ଅମଡାବାଟ

ମୁଠାଏ ଭାତରେ ମୁଠାଏ ଭାତ ।



Rate this content
Log in