ମୁନା କୁନା ବୁଝିଗଲେ ।
ମୁନା କୁନା ବୁଝିଗଲେ ।
କାହାଣୀ ରଚନା କରିବି କବିତା କବିତାରେ
ବିଜ୍ଞାନ ଭିତ୍ତିକ କାହାଣୀ ଶୁଣିବେ ଆନନ୍ଦରେ।।
ପୁରାତନ ଯୁଗରେ ସ୍ବଳ୍ପ ବୁଦ୍ଧି ବିବେକ ନର
ଜ୍ଞାନ ବିଜ୍ଞାନ ଅଗ୍ରଗତି ବୁଦ୍ଧି ହେଲା ପ୍ରଖର ।।
ବିଜ୍ଞାନ ବଳରେ ମଣିଷ ଚନ୍ଦ୍ରରେ ପହଞ୍ଚିଲା
ଅସମ୍ଭବକୁ ସମ୍ଭବ ସେ କ୍ଷଣିକରେ କରିଲା ।।
ମୁନା ବୋଲି କୁନି ପିଲାଟେ ଅଝଟ କରୁଥାଏ
ପାଠ ପଢାରେ ଅନାଗ୍ରହ ସେ ଖେଳି ବୁଲୁଥାଏ ।।
ବାଧ୍ୟରେ ପଢି ବସିଲେ ସେ ବହି ଖାତା ଛିଡାଏ
ଏଭଳି ଘଟଣା ବାପା ମାଆଙ୍କୁ ବ୍ୟଥିତ କରାଏ ।।
ଏକଦା ମୁନା ବଡ଼ଭାଇ କୁନା ପାଶେ ଡାକଇ
ବହି ଖାତା ନଷ୍ଟ ନ କରିବାକୁ ବୁଝାଇ ଥାଇ ।।
ଅବୁଝା ପଣରେ ମୁନା କହିଲା କହତ ଭାଇ
କାଗଜ କୁ କିଏ ତିଆରି କେଉଁଥିରେ କରଇ ।।
ମୁନା ଠାରୁ ତିନି ବରଷ ଦ୍ବିତୀୟ ଶ୍ରେଣୀ କୁନା
ଆଶ୍ଚର୍ଯ୍ୟ ହୋଇଲା ପ୍ରଶ୍ନ ରେ ଯା'ପଚାରିଲା ମୁନା ।
ଦୁଇ ଭାଇ ପହଞ୍ଚି ଗଲେ ଆସି ମାଆ ପାଖରେ
ବହି କାଗଜ ର ଜନ୍ମବୃତ୍ତାନ୍ତ କୁହ ଆମ ଆଗରେ ।
ବୈଠକରେ ଜେଜେ ଖବରକାଗଜ ପଢୁଥିଲେ
ମଧୁର ସ୍ବରରେ ଦୁହିଁଙ୍କୁ ପାଖକୁ ସେ ଡାକିଲେ ।।
ତୁମେ ଦୁହେଁ ବଡ଼ ଚତୁର କଥାରୁ ମୁଁ ଜାଣିଲି
କାଗଜ ର ଜନ୍ମ କହିବି ହସିବ ଖିଲିଖିଲି ।।
ଲେଖୁଥିବା କାଗଜ ସବାଇ ଘାସ ରୁ ତିଆରି
ବୈଜ୍ଞାନିକ ପଦ୍ଧତିରେ ତାହାକୁ ମଣିଷ କରି ।।
ବୁଦ୍ଧି ଜ୍ଞାନ ବଳେ ମଣିଷ କେତେ ଯାନବାହନ
ଆମର ଚଳଣି ପାଇଁ ବୈଦ୍ୟୁତିକ ଉପକରଣ ।।
ସବାଇ ଘାସ ରୁ କାଗଜ ପଢନ୍ତି ସାରା ଜଗତ
ସବାଇ ଘାସ ଆମ ପାଇଁ ସତେ ଶିକ୍ଷା ର ଜ୍ୟୋତି ।
ବୁଝାଇଲେ ଜେଜେ ଦୁହିଁଙ୍କୁ ଦୁହେଁ ବହୁତ ଖୁସି
ଘାସଟିଏ ନିଜକୁ ଦାନ କରି ହୁଅଇ ଖୁସି ।।