Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Tragedy Action Fantasy

4  

Sunanda Mohanty

Tragedy Action Fantasy

ମୁଁ ତତେ କହିଥିଲି ନା

ମୁଁ ତତେ କହିଥିଲି ନା

1 min
8



ଅନଳରେ ପୋଡ଼ିଯାଏ ମନ 

ପୋଡିଗଲା ତିଅଣରେ ସ୍ୱାଦ ନଥାଏ 

ଜାଣିସୁଦ୍ଧା ବଢ଼ାଇଲୁ ହାତ 

ପ୍ରେମ କଣ ସହଜ ଭାବିଲୁ 

ଯୋଉଠି ରାଧା କୃଷ୍ଣ ଯାଇଛନ୍ତି ହାରି 

ଶୁଆ ଡାକେ ଶାରୀ ଶାରୀ 

ଶାରୀ ଡାକେ ରାମ ହରି 

କେତେ ପତଙ୍ଗ ପୋଡି ମରି 

ଆଉ କେତେ ଶିଝିଛନ୍ତି ଅସୁମାରି 

ସେମିତି କହିଥିଲି ନା 

ପାଣି ଭିତରକୁ ଯିବୁନାହିଁ 

କୁମ୍ଭୀର ନେବ ଧରି 

ମାରି ଖାଇବ କରି ସାତସରି 

ସେମିତି ଧୂଳିକୁ ଯିବୁନାହିଁ 

ତୁ ଆଣ୍ଠୁଆ ଗୋପାଳ ନୁହଁ 

ସର ଲବଣୀ ଖାଇବୁନି ମାଣିକଠୁ 

ଭୁଲି ଗଲେଣି ଜଗନ୍ନାଥ 

ରଖିବାକୁ ଦେଶ ରାଜ୍ୟର ଶିରୀ 

ଯୁଦ୍ଧକୁ ଯିବେ କଣ ମିଜାଇଲ ଭୟରେ 

ନିଜେ ଏତେସରି 

ମାଳିକା ପଢ଼ିବୁନି କହିଥିଲି ଶୁଣିଲୁନି 

ଏଥର କାହାକୁ ଦେବୁ ଭୋଟ 

ଜଗନ୍ନାଥଙ୍କ ହଟ କୃଷ୍ଣଙ୍କ ନଟକୁଟ 

ରାମଙ୍କ ଶିଷ୍ଟ ନା କୋଉ ଦେବତାଙ୍କ ମିଷ୍ଟ 

ପୁଣି ଆଣିବ କାଳେ କୋଉ ରାଜ୍ୟ 

କାଦୁଅ ପଙ୍କ ଭିତରେକୁ ଯାନା କହିଲେ ଯାଉଛୁ 

ଭୋଗିବୁ ନାଟ କରି କୁଟକପଟ 

ବଞ୍ଚେଇବାକୁ କିଏ କରିବ ଏପଟ ସେପଟ 

ଏଥର ତୋ କଥା ତୁ ବୁଝୁ 

ଖରା ବର୍ଷା ଶୀତ କାକରରେ ଶିଝୁ ଶିଝୁ 

ହେଜୁଥିବୁ ମୋ ମନା ମାନିଲୁନି ଜମା ତୁ ।।


Rate this content
Log in

Similar oriya poem from Tragedy