Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Classics Fantasy Inspirational

3  

Tapaswini DashSarangi

Classics Fantasy Inspirational

ମୁଁ ସତୀ ନୁହେଁ

ମୁଁ ସତୀ ନୁହେଁ

1 min
252


ମୁଁ ନୁହେଁ ସତୀ

ନା ମୁଁ ସାବିତ୍ରୀ

କି ନୁହେଁ ମୁଁ ଅନୁସୂୟା

ନା ମୁଁ ଅହଲ୍ୟା।

କେବଳ ଏତିକି ଜାଣିଛି

ମୁଁ ଗୋଟିଏ ହିନ୍ଦୁ ନାରୀ

ମୁଁ ପୂଜା ବ୍ରତକୁ ସମ୍ମାନ ଦିଏ

ମୁଁ ମୋ ପରିବାର ମଙ୍ଗଳ ପାଇଁ 

ଓଷା ବ୍ରତ କରେ।

ନା ମୋର ଲାଳସା ଅଛି ନୂଆ ପାଟ ଶାଢୀରେ

ନା ମୋର ଲୋଭ ଅଛି ସୁନା ଅଳଙ୍କାରରେ

ବାସ୍ ଦୁଇପଟ ପାଣି ଚୁଡି ଟୋପାଏ ସିନ୍ଦୁର

ଏହାକୁ ମୁଁ ସ୍ଵର୍ଗ ପାରିଜାତ ବୋଲି ମଣେ।

ହଁ ମୁଁ କିଣି ଦିଏ ପୂଜା ବାହାନାରେ

କିଛି ଶାଢୀ ଆଉ ଚୁଡି

ଆଉ କହିଦିଏ ସାବିତ୍ରୀ ବ୍ରତ କି 

ଆଉ କିଛି ବ୍ରତ ପାଇଁ।

ହେଲେ ଥରେ ଭାବି ଦେଖ

ଏ କାୟା ଆଉ ଶରୀର କାହା ପାଇଁ

ସଜେଇ ହେବାକୁ ଆଗଭର

ଏ ପୂଜା ପାର୍ବଣ କାହାର ଶୁଭ ମନାସେ ମୁଁ

ଯଦି ପାଇଗଲ ମୋ ପ୍ରଶ୍ନର ଉତ୍ତର

ତେବେ ଆଉ ଥରେ କହିବନି ମୋତେ

ମୁଁ କୁଆଡେ ଶାଢୀ ଆଉ ଚୁଡି ପାଇଁ ବ୍ରତ କରୁଛି।

ଜାଣିନି ସତୀ ସାବିତ୍ରୀ ହୋଇ ପାରିବି କି ନାହିଁ

ଜାଣିନି ଯମ ସହ ଲଢି ପାରିବିକି ନାହିଁ

ତଥାପି ବି ଜୁଇକି ଗଲା ବେଳକୁ ଆଶା କରିବି

ଟୋପାଏ ସିନ୍ଦୁର ଆଉ ଦୁଇପଟ ଶଙ୍ଖା

ସାଥୀରେ ନେଇ ଯିବା ପାଇଁ।


Rate this content
Log in

Similar oriya poem from Classics