ମୁଁ ପ୍ରେମର ଅନ୍ୟ ନାମ...
ମୁଁ ପ୍ରେମର ଅନ୍ୟ ନାମ...
ତୁମେ ଶବ୍ଦ ପ୍ରେମୀ
ମୁଁ ପ୍ରେମର ଅନ୍ୟ ନାମ
ତୁମେ ଛୁଇଁଲା ପରଠୁ କିନ୍ତୁ
ଚୁମୁଛି ମୋତେ ସରମ ।
ସକାଳ ହେଲେ କୋଇଲି ଗାଏ ଗୀତ
ତୁମ ଛୁଆଁରେ
ଖରାଦିନଟାରେ ବି ଲାଗଇ ହାଲୁକା ଶୀତ
ନି’ ରେ ନିଷ୍ଠୁର, ନି’ ରେ ନିଦାଘ, ନି’ ରେ ନିଶୂନ ରାତି
ମୂହୁର୍ତ୍ତେ ତୁମଠୁ ବିରହ ଜାଣିଥା’ ଥରାଇ ଦିଏ ମୋ ଛାତି,
ତୁମେ ଶବ୍ଦ ପ୍ରେମୀ
ମୁଁ ପ୍ରେମର ଅନ୍ୟ ନାମ
ସମ୍ପର୍କର ସେତୁ ପଡିଲା ଦିନୁ
ଜୀବନେ ଆସିନି ବିରାମ ।
ସଞ୍ଜ ହେଲେ ପକ୍ଷୀ ଫେରେ ତା’ ନୀଡ଼
ପାଖରେ ଥିଲେ ତମେ
ଡିସେମ୍ବର୍ ରାତିରେ ବି ମାଲୁମ୍ ପଡେନା ଜାଡ଼
ଅ’ ରେ ଅମ୍ବର, ଅ’ ଅମାପ, ଅ’ ରେ ଅଦିନ ମେଘର ଝଡି
ଦୂରତା ତୁମଠୁ ଭାବିଲାକ୍ଷଣି; ଲହୁ ଝରେ ଆଖିକୁ ମୋର ଚିପୁଡି ।
ତୁମେ ଶବ୍ଦ ପ୍ରେମୀ
ମୁଁ ପ୍ରେମର ଅନ୍ୟ ନାମ...
@ନୀଳିମାନିବେଦିତା