ମୁଁ ପରଦେଶୀ ଶ୍ରମିକ କହୁଛି
ମୁଁ ପରଦେଶୀ ଶ୍ରମିକ କହୁଛି




କେ କହେ ଆମକୁ ଗୋଟି ଶ୍ରମିକ ଯେ
କେ କହେ ଆମକୁ ଦାଦାନା
କିନ୍ତୁ ;
ଆମେ ଯେ ଗଢିଛୁ
କେତେ ଭିତ୍ତି ଭୂମି
କେନାଲ ବଂଧଠୁ ଦେଉଳ ପ୍ରାସାଦ
ରାଜ ରାସ୍ତା କେତେ ଚିକ୍କଣା !
କେବେ
ବୁଣାକାର କେବେ ଶିଳ୍ପକାର
କେବେ ଖୋଳୁ ଆମେ ଖଣି
ଆମରି ଶ୍ରମରେ
ସୁକୁମାରୀ ବିଲେ
ହସେ ମାତା ଲକ୍ଷ୍ମୀ ରାଣୀ !
ମହାମାରୀ ଏବେ ଯାହାକୁ କହୁଛ
ଏ ନୁହେଁ ଆମ ଭିଆଣ
ଧନ ମାନ ଲୋଭି କୃର ସାମ୍ୟବାଦୀ
ବିଶ୍ୱେ ଦେଲା ଏ କଷଣ !
ତୁମେ କୁହ ଭାଇ
ଅଧା ଭୋକ ପେଟେ
କେତେ ଦିନ ପଡ଼ିଥାନ୍ତୁ
ନିଜ ଭିଟାମାଟି
ମାଆର ମମତା
କେତେ ଝୁରି ହୋଇଥାନ୍ତୁ !
ଆମ ମାଁ ବାପ
ସ୍ତ୍ରୀ ପିଲା ଛୁଆ
ଚାହିଁ ଚାହିଁ ଆମ ବାଟ
କେବେ ଅଧା ଖିଆ
କେବେଯେ ଅନିଦ୍ରା
କେବେ କଲେ
ପୂଜା ପାଠ !
ଆମ ଫେରନ୍ତାରେ
ଡର ନହିଁ ତୁମେ
ଆହେ ଆତ୍ମୀୟ ସ୍ୱଜନ
ଏ ମହାମାରୀରେ ପୀଡିତ
ହୋଇନୁ ଯେ ଆମେ
କରିପାର ପରୀକ୍ଷଣ !
ଆମେ ଯେ ଫେରିଲେ
ଏ ପର ଦେଶରୁ
ପାଳିବୁ ସବୁ ନିୟମ
ଏହି ମହାମାରୀ ହାରିଲା
ପର୍ଯ୍ୟନ୍ତ ରହିବୁ
ହୋଇ ଆମେ ସଚେତନ !
ତୁମେମାନେ କେହି ଆମ ଫେରାନ୍ତରେ
ହୁଅ ନାହିଁ ଅସ୍ତ ବ୍ୟସ୍ତ
ମହାମାରୀ ଆଉ
ସଂକ୍ରମିବ ନାହିଁ
ରହିଲେ ଆମେ
ତଟସ୍ଥ !
ଜଗା ବଳିଆର
ମାଟିରେ ଜନ୍ମିଛୁ
କରୁଛୁ ଏତିକି ପ୍ରଣ
ମହାମାରୀ ପରେ ପୁଣି ହସାଇବୁ
ଏହି ଧରିତ୍ରୀକୁ
କରି ଆମ ଶ୍ରମ ଦାନ
କରି ଆମ ଶ୍ରମ ଦାନ !
***