ମୁଁ ନିଜେ ଜଗନ୍ନାଥ
ମୁଁ ନିଜେ ଜଗନ୍ନାଥ
ମୁଁ ଯଦି ହୋଇ ଯା'ନ୍ତି ଜଗନ୍ନଥ
ମୁଁ ନିଜେ ଯଦି ହୋଇ ଯା'ନ୍ତି ଜଗନ୍ନାଥ,
ଯା ଆନ୍ତି କି ତୁମ ଦରଶନେ ଏତେ ଦୂର ପଥ ॥
ଖା'ନ୍ତି କି ବେତ ମାଡ ଚନ୍ଦନ ଗଳିରେ,
ଲୁଟନ୍ତେ କି ପଣ୍ଡା ପଢୀଆରୀ ତୋ ଭୋଗ ନାଁ ରେ ॥
ମୁଁ ନିଜେ ଯଦି ହୋଇ ଯା'ନ୍ତି ଜଗନ୍ନାଥ,
ମହାଭୋଗ ପାଆନ୍ତି ମୁଁ ତୁମ ସମରଥ
ଛତିଶ ନିଯୋଗ ଖଟନ୍ତେ ମୋହରି ଦୁଆରେ,
ଡାକ ପକାନ୍ତେ ମଣିମା ଏକୋଇ ସୁରରେ ॥
ମୁଁ କେବେବି ଶୁଣନ୍ତି ନି ଅସହାୟ ଡାକ,
ଯେମିତି ଗମ୍ଭୀରା ରେ ଥାଇ ତୁମେ ନଶୁଣ ଅରତ ॥
ତୁମେ ଖାଲି ଚାହିଁଥାଅ ଷୋଡଶପଚାର,
ମୁଁ ବି କହନ୍ତି ମୋତେ ଦିଅ ତାହା ଏକବାର॥
ତୁମେ ଖୋଜ ଡାଲି ,ଶାଗ ଖେରସା,ବେସର,
ମୋତେ ବି ମିଳନ୍ତା ସୁମିଷ୍ଟ ଭୋଜନ ପ୍ରତିବାର ॥
ତୁମ ପରି ଜୁଲମ ଦେଖାନ୍ତି ମୁଁ ସବୁରି ଉପରେ,
ଯେପରିକି ବଡ ଦାଣ୍ଡେ ହରକତ କର ଭକତରେ ॥
ମୁଁ ନିଜେ ଯଦି ହୋଇ ଯା'ନ୍ତି ଜଗନ୍ନାଥ,
ବଝନ୍ତି କି କିଏ ଆଜି କିଏ ବା ଅତୀତ॥
ବୁଝନ୍ତି ନି କିଏ ଗଲା କିଏ ବା ରହିଲା,
ତୁମ ପରି ଦେଖି ନଦେଖନ୍ତିକିଏ ଚାଲିଗଲା॥
ତମେ ସହି ପାର ନାହିଁ ବିଜାତି ପୀଡନ,
ଛାଡି ଚାଲିଯାଅ ତୁମ ପ୍ରିୟ ସିଂହାସନ॥
ମୁଁ ନିଜେ ଯଦି ହୋଇ ଯା'ନ୍ତି ଜଗନ୍ନାଥ,
ମୁଁ ଛାଡି ଚାଲି ଯା'ନ୍ତି ପ୍ରିୟ ସୋଦର ସଂଗାତ॥
ମୁଁ ନିଜେ ଯଦି ହୋଇଯା'ନ୍ତିଜ ଜଗନ୍ନାଥ,
ଶଗଡରେ ବସି ଭାବନ୍ତି ଏହା ନନ୍ଦିଘୋଷ॥
ମୋ ଦୁଃଖ ମୁଁ ନିଜକୁ କହନ୍ତି,
ବୁଝାଇ ଶୁଝାଇ ମନ ବାଟକୁ ଆଣନ୍ତି॥
ମୋ ଦୁରଦଶା ମୁଁ ନିଜକୁ କହିଲେ
ଜାଣି ମୁଁ ପାରନ୍ତି ଏହା କେଉଁ ପାପ ଫଳେ ॥
.ମୁଁ ନିଜେ ହୋଇଗଲେ ଜଗନ୍ନାଥ,
ନିଜକୁ ମୁଁ ନିରଖନ୍ତି ଏହା ମୋ ବରତ ॥
ଏତିକି ମାଗୁଣି ମୋର ବିଶ୍ୱରୂପକାର,
ପଶିପାରେ ସବୁରି ଅନ୍ତରେ ସବୁ ବଶ୍ୱାସର॥
ନିଜ ମଧ୍ୟେ ନିଜେ ମୁହିଁ ଲୀନ ହୋଇଗଲେ ,
ଡାକନ୍ତି ନି ତୋତେ ମୁହିଁ ପ୍ରାଣ ଗଲାବେଳ॥
ହେ ବାଶ୍ୱବାସୀ ତୁମେ ନିଜେ ଜଗନ୍ନାଥ
ଯିବାକୁ ହେଲେ ପଡିଛି ଅନ୍ତର କୁ ବାଟ
ସେ ବାଟ ସହଜିଆ ପ୍ରେମ ପରି ପୂର୍
ତୁମ ମଧ୍ୟେ ଜଗନ୍ନାଥ କର ଦରଶନ।।