Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

4  

Prafulla Chandra Mishra

Others

ମୁଁ ମୋ ଗାଆଁର ସ୍ମୃତି

ମୁଁ ମୋ ଗାଆଁର ସ୍ମୃତି

1 min
391



ମୋ ଘର ମୋ ଗାଆଁର ସେ ନଈକୂଳ

ମୋ ପାଇଁ ଲାଗଇ ସତେ ସରଗପୁର

ମୋ ବାପା ମୋ ମାଆ ମୋ ଭାଇ ଭଉଣୀ

ଜନମ ମାଟି ତା ପବନ ପାଣି

ମୋ ଜୀବନେ ସେ ତ କି ଅମୃତ ଧାର  

ମୋ ଘର ମୋ ଗାଆଁର ସେ ନଈକୂଳ……।।


ମୋ ସାଙ୍ଗ ମୋ ସାଥୀ ମୋ ଖେଳ ପଡିଆ

ଆଜି ବି ସେମିତି ଲାଗେ ନୂଆ ନୂଆ

ମୋ ଗାଁର ମନ୍ଦିର ମୋ ଗୁରୁ ଗୁରୁଜୀ

ମୋ ମନୁ ଆଜିବି ଯାଇନି ହଜି

ହୃଦେ ଅପାସୋରା ସେ ସ୍ମୃତି ମୋହର  

ମୋ ଘର ମୋ ଗାଆଁର ସେ ନଈକୂଳ.…..।।


ମୋ ବାରି ମୋ ବଗିଚା ସେ ବର ଓହଳ

ଆଜି ବି ସପନେ ଚିତ୍ର ଆଙ୍କେ ତାର

ଅଭୁଲା ଛବିତା ଦାନ ପ୍ରକୃତିର

ଆହା କି ସୁନ୍ଦର କି ମନୋହର

ମୋ ମନରେ ଆଙ୍କିଛି ଭକତି ଗାର  

ମୋ ଘର ମୋ ଗାଆଁର ସେ ନଈକୂଳ……।।


ମୋ ଗାଁ ମୁଣ୍ଡର ସେ ଶ୍ମଶାନ ଭୂଇଁ

ମୋ ବାପା ଅଜାଙ୍କର ଜଳିଛି‌ ଜୁଇ

ସେଇଠି ଜଳିବ ମୋ ମର ଶରୀର

ସେ ମୋର ପବିତ୍ର ସରଗ ଦ୍ଵାର

ମୋ ଜନମ ମାଟି ମୋ ଗାଆଁ ସୁନ୍ଦର  

ମୋ ଘର ମୋ ଗାଆଁର ସେ ନଈକୂଳ……।।



Rate this content
Log in