Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Tragedy Others

3  

Papu parida

Tragedy Others

ମୁଁ ମଲା ପରେ

ମୁଁ ମଲା ପରେ

1 min
153


ମୁଁ ମଲା ପରେ.......


ଶେଷକୃତ୍ୟ ଲାଗି    ନେବ ନାହିଁ ମତେ

       କାଳିଆର ସ୍ୱର୍ଗଦ୍ୱାର

ଗାଆଁ ମଶାଣୀର     କୋମଳ କୋଳରେ

     ସ୍ୱାହା ହେଉ ଏ ଶରୀର।


ଶେଷ ଯାତ୍ରା ଲାଗି     ଗଢ଼ିବନି ରଥ

      ଆଣିବନି ଶବ ଗାଡି

ଛ' ଖଣ୍ଡ କାଠ      ପାଳ ଦଉଡ଼ିରେ

    କୋକେଇ ଦେବ ସଜାଡି।


ମୁଁ ମଲା ପରେ........


ଶେଷ ଦର୍ଶନରେ    ଆଣିବନି ଫୁଲ

    ଢାଙ୍କିବନି ନୁଆଁ ଧୋତି

ମାଶାଣୀ ଯାଏଁ ରେ  ସାଥିରେ ମୋ ଯିବ

    ସେତିକିରେ ଆତ୍ମା ଶାନ୍ତି।


ଶେଷ ସମାବେଶେ    ଆସିବ ସଭିଏଁ

      ରଖିବନି ରାଗ ରୋଷ

ପ୍ରିୟ ପରିଜନ       ଅଗ୍ରଜ ଅନୁଜ

      ରହିଛି ଏହି ବିଶ୍ୱାସ।


ଶେଷ ଭ୍ରମଣରେ    ନ ଜାଳିବ ବାଣ

      ସରିଥିବ ସବୁ ଢଙ୍ଗ

ଗାଆଁ ନାମ ଦଳ    ବଜେଇବ ଟିକେ

    ଝାଞ୍ଜ ସାଙ୍ଗରେ ମୃଦୁଙ୍ଗ।


ମୁଁ ମଲା ପରେ.........


ଶେଷ ସ୍ମୃତି ରୂପେ    ସାଇତିବ ନାହିଁ

      ଆସବାବପତ୍ର ମୋର

ପାରିବ ଯଦି ହେ    ଦାନ କରିଦେବ

      କହଇ ମନ ମୋହର।


ଶେଷ ସାକ୍ଷାତରେ   କାନ୍ଦିବନି କେହି

    ବିୟୋଗ ଦୁଃଖରେ ମୋର

ମୃତ୍ୟୁର ରାଇଜ     ସବୁ ଅନିଶ୍ଚିତ

     ମୃତ୍ୟୁ ଏକା ନିରନ୍ତର।


Rate this content
Log in

Similar oriya poem from Tragedy