Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mishra Manasi

Abstract

3  

Mishra Manasi

Abstract

ମୁଁ ଏକ ଜୀଅନ୍ତା ଗଛର ଶବ

ମୁଁ ଏକ ଜୀଅନ୍ତା ଗଛର ଶବ

1 min
214



ମୁଁ ଏକ ଜୀଅନ୍ତା ଗଛର ଶବ

ମୋ ଦେହରୁ ସବୁରସ ସବୁ ନିର୍ଯାସକୁ ନେଇ

ପକ୍ଷୀଟିଏ ଉଠିଗଲାଣି କେଵେ ଠୁଁ କେଜାଣି

ତଥାପି ମୁଁ ପାଲଟି ପାରିନି ନିର୍ଜୀବ ।।

ପାଦ ତଳ ମାଟିର ଚେରକୁ ମାଖୁନା

ଉଈଖିଆ ,ହାତକୁ ଥୁଣ୍ଟା କରି

ଗଡେଇ ଦେଲୁ ମୋର ଜଡ ଶରୀରକୁ 

ଅଥଚ  ଅଦେହରେ ବେଳେବେଳେ

ଫେରି ଆସୁଛି ଜୀଵନ

  ଏ ନିର୍ଜୀବ ଦେହକୁ ।।।

ଫରଚା ଆକାଶ ଆଡେ କଡେ଼ଇ ନଵାକୁ

ଗୋଡହୀନ କୋଉଏକ ମାଡନ୍ତି ଲଟାକୁ

ସେହିପରି ଜୀଅନ୍ତା ମୁଁ ଗୋଡହୀନ

ଗଛଟିଏ ଆଜି

ଢେରାଦେଇ ମୁହାଁଇ ନିଅ

 ଆକାଶ ଆଡ଼କୁ ।।।।



Rate this content
Log in