Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Abstract Tragedy Others

4  

Papu parida

Abstract Tragedy Others

ମୁଁ ଚିଠି

ମୁଁ ଚିଠି

1 min
284



ମୋବାଇଲ ନାନୀ ଭାରି ଢଙ୍ଗ ତୋର

କେତେ ଲୋ ଦେଖେଇ ହେଉଛୁ

ଯେବେଠୁ ଆସିଲୁ ଏଇ ଦୁନିଆକୁ

ମୋ ସ୍ଥାନ ତୁ ଛଡେଇ ନେଇଛୁ।


ସୁଖରେ ଦୁଃଖରେ ଲୋକଙ୍କ ସାଥିରେ

ରହୁଥିଲି ମୁଁ ସାଥି ହୋଇ

ସମ୍ପର୍କର ଦୁରତାକୁ କିଛି ଶବ୍ଦ ଦ୍ୱାରା

ଦେଉଥିଲି ମୁଁ ଲିଭେଇ।


ଡାକବାଲା ଯେବେ ମତେ ହାତେ ଧରି

ଗାଁ ମଧ୍ୟେ ହେଉଥିଲା ପ୍ରବେଶ

ଗାଁ ଲୋକ ସବୁ ଆତୁର ହୋଇଣ

ଶୁଣୁଥିଲେ ନିଜ ସନ୍ଦେଶ।


ଆସିଲା ଦିନଠୁ ମୋର ଶତ୍ରୁ ସାଜି

ଛଡେଇ ନେଲୁ ତୁ ମୋ କର୍ମ

ପ୍ରଥମେ ସନ୍ଦେଶ ତା ପରେ ଟଙ୍କା ନେଣଦେଣ

ସହିବ କି ତୋତେ ଧର୍ମ।


କ୍ଷଣିକ ମଧ୍ୟରେ ଅତି ସୁବିଧାରେ

ବାର୍ତ୍ତା ପଠେଇଇବା ହେଲା ସରଳ

କିନ୍ତୁ ମହତ୍ତ୍ୱ ମୋର କମିଲାଣି ଏଠି

ଲୋକେ ଭୁଲିଯିବେ ମୋତେ ଚଞ୍ଚଳ।


ହୋଇନପାରେ ମୁଁ ତୋ ସମକକ୍ଷ

ନାହିଁ ମୋ ପାଶେ ତୋ ସମଗୁଣ

କିନ୍ତୁ ରାସ୍ତାରେ ତୋର ବାଧା ହେବିନି ଲୋ

କହୁଛି କରି ମୁଁ ପଣ।


ମନେ ରଖିବ ରେ ଦୁନିଆର ଲୋକ

ଚିଠି ବୋଲି କେହି ଥିଲା

ଆଧୁନିକତାର ପରିବର୍ତ୍ତନ ଆଗେ

ସେ କିପରି ମରିଗଲା।



Rate this content
Log in

Similar oriya poem from Abstract