ମୁଁ ବୁଢା ବରଗଛ
ମୁଁ ବୁଢା ବରଗଛ
ବହୁଦିନରୁ ଶାଖା ପ୍ରଶାଖା ମେଲି,
ଏକା ଏକା ଛିଡା ହୋଇଛି ,
ସମୟ ବିତିଛି, ବହୁତ କିଛି ବଦଳିଛି,
ତଥାପି ଦମ୍ଭର ସହ ମୁଁ ମାଟିକୁ ଭିଡି ଧରି,
ମୁଁ ବୁଢା ବରଗଛ, ଏକା ଏକା ସେମିତି ଛିଡା ହୋଇଛି ।
ଋତୁ ପରେ ଋତୁ ଆସୁଛି, ଯାଉଛି,
ଶ୍ରାବଣର ବର୍ଷାରେ ଭିଜିଛି, ଉତ୍ତପ୍ତ ଖରା ବି ସହିଛି,
ପତ୍ର ଝଡା ରେ ସବୁ ପତ୍ର ଝଡିଛି,
ଥୁଣ୍ଟା ବରଗଛ ମୁଁ ସବୁ ସହି ସେମିତି ଛିଡା ହୋଇଛି ।
ପତ୍ର ଝଡ଼ିଛି, ପୁଣି ନବ କିଶଳୟେ ଶୋଭିତ ହୋଇଛି,
ବିହଙ୍ଗମ କଳରବେ ତାଳ ଦେଇ ଗୀତ ମୁଁ ଗାଇଛି,
ମଳୟ ପବନେ ମୋ ଶୁଷ୍କ ଅବୟବ ଚଞ୍ଚଳ ହୋଇଛି ,
ଫଳ, ପୁଷ୍ପ ର ସମ୍ଭାରେ ମୋ ଶୁଷ୍କ କାୟା ର ରୂପ ବଦଳିଛି,
ଝଡ, ତୋଫାନ କୁ ନ ଡରି, ଦମ୍ଭର ସହ ସବୁ ସହି ,
ମୁଁ ବୁଢା ବର ଗଛ ସେମିତି ଛିଡା ହୋଇଛି ।
ମୋ ସାଂଗ ସାଥୀ ଏ ଧରା ବକ୍ଷୁ ବିଦାୟ ନେଲେଣି ,
ମଳୟ ସାଥିରେ , ଜହ୍ନ ର କିରଣ ମାଖି ମୁଁ ଦିନେ ଗୀତ ଗାଉଥିଲି,
ହେଲେ ଏବେ ନା ଅଛନ୍ତି ମୋ ସାଂଗ, ସାଥୀ ,
ମୋ ସାଥେ ଗୀତ ଗାଉଥିବା ପକ୍ଷୀ ବି ନାହିଁ ,
ମୋ ସ୍ମୃତି, ମୋ ଏକାକୀ ମନର ଗୀତି,
ମୋ ଆଶ୍ରିତ ପକ୍ଷୀ ,ବେଳେ ବେଳେ ମୋ ମନକୁ ଦିଏ ଭୁଲାଇ ,
ଏକା ଏକା ମୁଁ ବୁଢା ବର ଗଛ ,
ସେମିତି ମାଟି କାମୁଡି ଛିଡା ହୋଇଛି ।