Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

ମୁଁ ବି ଇଲେକ୍ସନରେ ଲଢ଼ୁଛି.....

ମୁଁ ବି ଇଲେକ୍ସନରେ ଲଢ଼ୁଛି.....

1 min
225




ମୁଁ ବି ଇଲେକ୍ସନରେ ଲଢ଼ୁଛି...
ମୋ ପ୍ରିୟାର ହୃଦୟ ନିର୍ବାଚନ ମଣ୍ଡଳୀରୁ..
ଦେଖାଯାଉ,
ମୁଁ ଜିତୁଛି ନା; ମୋ ପ୍ରତିଦ୍ୱନ୍ଦୀ ।
ହଁ... ହାରିଲେ ବି କିଛି ଦୁଃଖ ନାହିଁ...
ଦୁନିଆ କହିବ...
ହାରିଗଲେ କ'ଣ ହେଲା ପ୍ରାର୍ଥୀ ତ ହୋଇଥିଲା...
ତା' ବାହୁ ତା' ଆଖି
ତା' କେଶ ତା' ଚାଲି ....
ଏମାନେ ତ ଭୋଟ ଦେଇଥିଲେ ।
ତା' ଛଡା
ତା' ଓଠ କେମିତି ବା ଭୋଟ ଦିଅନ୍ତା ଯେ ,
ମୁଁ ଆଜି ଯାଏଁ ଆଦୌ କେବେ ବି ଛୁଇଁ ନାହିଁ ।
ଆଉ ତା' ମନ
ଛୋଟ ପିଲା ପରି
ଭଲମନ୍ଦ କିଛି ବୁଝେନା,
ଥରେ ଯାହା ମାନିଥାଏ ତାହା ହିଁ ।
ମୋ ପ୍ରତିଦ୍ୱନ୍ଦୀ ତା' ପାଇଁ
ଆକାଶର ଚନ୍ଦ୍ରମା ଆଣିଦେବ କହିଥିବ ବୋଧେ
ତେଣୁ ତା' ମନ ରାଜି ହୋଇଗଲା ।
ହେଲେ ସେ ଚନ୍ଦ୍ରମା କୁ କେମିତି ଆଣିବ ଯେ,
ସେ ପରା ପୃଥିବୀର ଉପଗ୍ରହ ।
ହଉ ଛାଡ଼ ସେ ସବୁ....
କହିଲ, ଓଠରେ ଓଠ ର ଘର୍ଷଣ !!!
ତାକୁ ସ୍ପର୍ଶ କହିବେ ନା ଚୁମ୍ବନ ??????
ବିଚାର କରନ୍ତୁ ଆପଣ
"ସ୍ପର୍ଶ" ନା "ଚୁମ୍ବନ" ?????????


Rate this content
Log in