ମୁଁ ଆଉ ପ୍ରକୃତି
ମୁଁ ଆଉ ପ୍ରକୃତି


ମୋ ଦେହେ ନାହିଁ
କୋଣାର୍କର ଚିତ୍ରକଳା,
ଅବା
ସ୍ବର୍ଣ୍ଣିମ ଚିଲିକାର
ଦୀପ୍ତିମୟୀ ଶୋଭା ।
ମୁଁ ନୁହଁ ଗୋଟେ
ଶାମୁକାର ମୋତି,
କି ନୁହଁ
କାଞ୍ଚନ ଟିଏ
ଦିବାକରେ ଚମକୁଥିବି ।
ମୋ ହୃଦୟ ନୁହଁ
ସୌନ୍ଦର୍ଯ୍ୟ କୁସୁମର,
ତଥାପି ମୁଁ
କାହିଁକି ଭାବେ
ନିଜକୁ ମହାନ ।
ଇଚ୍ଛା ହୁଏ ମୋତେ
ଉଡିବାକୁ ମୁକ୍ତାକାଶେ,
କିନ୍ତୁ
ଝିଙ୍କାରୀର ଶବ୍ଦରେ
ମୁଁ ଚମକିପଡ଼େ ।
ତଥାପି କାହିଁକି ମୁଁ
ପାଞ୍ଚୁଥାଏ ପରମନ୍ଦ,
ଯେବେ
ନିଜକୁ ସମ୍ଭାଳିବାକୁ
ନିଜେ ଅସମର୍ଥ।