Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Inspirational

4.3  

Sambit Srikumar

Abstract Inspirational

ମୁକ୍ତବୃତ୍ତି

ମୁକ୍ତବୃତ୍ତି

1 min
237



ମଥା କୋଡି ହାତ ପାତି

ମାଗିବିନି ବରାଭୟ ଆଶୀର୍ବାଦ

କାହାରି ପାଶରେ ଜୀବନ ଆଶାରେ

ତୁମ୍ଭେ କହିପାର ମୋତେ

ଆତ୍ମାଭିମାନୀ ଅହଙ୍କାରୀ

ଭୂଷିତ କରି ପାର ମନ ଇଛା

ନାନାଦି ବିଶେଷଣରେ।

ତୁମେ କରି ପାର ମୋର ଭର୍ତ୍ସନା

ଦେଇ ପାର ମୋତେ ଅଭିସମ୍ପାତ

କରି ଦେଇ ପାର କଳାପାଣିକୁ ବାଛନ୍ଦ

ତଥାପି ବି ମଥାନତ କରି

ତୁମ୍ଭ ପାଶେ ଯିବି ନାହିଁ ମୁଁ ଶରଣ

ତୁମ୍ଭ ଛତ୍ରଛାୟା ତଳେ ପରାଣ ଆତଙ୍କେ

ଲୁଚିକରି ବସିପାରିବିନି ଗୁପତେ।

ମୋତେ କ୍ଷମା କର ମୁଁ ହୋଇପାରିବନି

ଗୋଡ଼ାଣିଆ କସ୍ମିନ କାଳେ ବି

ତୁମ୍ଭେ କହିପାର ମୋତେ ଗୋଡ଼ଟଣା

ସେଥି ପ୍ରତି ନାହିଁ ମୋ ଭୃକ୍ଷେପ

ସତ କହିବା ମୋ ଧର୍ମଗତ ଅଧିକାର

କହୁଥିବି ଆଜୀବନ ଦୋଷ ଦୁର୍ବଳତା

ବଖାଣି ଚାଲିଥିବି ସୃଷ୍ଟିର ହିତରେ

ପାରୁଛ ଯଦି ମୋତେ ବନ୍ଦୀକର

ତୁମ୍ଭ ରୁଦ୍ଧ କାରା କୋଠରୀରେ

ଅବା ମୁକ୍ତିକର ମୃତ୍ୟୁର ଦଣ୍ଡରେ।

ନିନ୍ଦା ଅପବାଦ କୁତ୍ସା ତ ମୋହର

ଆଜନ୍ମରୁ ଚିର ବିଶ୍ବସ୍ତ ସହଚର

ତୁମ୍ଭେ ରଟିପାର କେତେ ଅପଯଶ

ରଚିପାର ଚକ୍ରବ୍ୟୁହ ମୋ ପାଇଁ

ମୁକ୍ତବୃତ୍ତି ବୃନ୍ତଚ୍ଯୁତ ମୁହିଁ

ନାହିଁ ମୋ ଆସକ୍ତି ଅବା ଦୁର୍ବଳତା

ହେବିନାହିଁ ବଶମ୍ବଦ ତୁମ୍ଭ

କରିବିନି ତୁମ୍ଭ ବଶ୍ୟତା ସ୍ବୀକାର

ଏଇ ମୋର ଅନ୍ତରାତ୍ମାର ହୁଙ୍କାର।

ତୁମ୍ଭେ ତ ଜନାଦୃତ ସର୍ବ ଶକ୍ତିମାନ

ଏକାଙ୍ଗ ଚକ୍ରବର୍ତ୍ତୀ ରାଜରାଜେଶ୍ଵର

ସୂର୍ଯ୍ୟ ଚନ୍ଦ୍ର ଆତଯାତ ଇଛାରେ ତୁମ୍ଭର

ଯାହା ଇଛା ତୁମ୍ଭେ କରି ପାର

ମୁଁ ହେବିନାହିଁ ତୁମ୍ଭ ବଚସ୍କର

ସାଜିବିନି ମିଥ୍ଯାର ସୌଦାଗର ।


Rate this content
Log in

Similar oriya poem from Abstract