Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ମୁଦିତ ମୁକୁନ୍ଦ

ମୁଦିତ ମୁକୁନ୍ଦ

1 min
386


ଗୋବିନ୍ଦ ଗୋବିନ୍ଦ ଗୋଶାଳାର ଗୋପାଳ ଗୋବିନ୍ଦ,

ମୁକୁନ୍ଦ ମୁକୁନ୍ଦ ମୁକୁଳ ମୁକୁନ୍ଦ ମୃଦୁଳ ମୁଦିତ ମୁକୁନ୍ଦ,

ମଦନମୋହନଙ୍କ ସର୍ବ ନାମ ସ୍ୱୟଂ ମଧୁର ମକରନ୍ଦ,

ଆନନ୍ଦ ସାନନ୍ଦ ବିତରଣ କରନ୍ତି ଆମ ଚିନ୍ମୟ ଚିଦାନନ୍ଦ ।


ଗୋକୁଳେ କଳାକାଞ୍ଚନ ହେଲେ ଗୋବର୍ଦ୍ଧନ ଗିରିଧାରୀ,

ଯମୁନା ତୀରେ ବେଣୁମାଧବ ହେଲେ ରାଧାଙ୍କ ମୁରାରି,

ନନ୍ଦନବନ ବୃନ୍ଦାବନରେ ବିହରନ୍ତି ବରଦ ବିନୋଦବିହାରୀ,

ବନ୍ଦନୀୟ ବଂଶୀଧର ହେଲେ ଗୋପିକାଙ୍କର ନିକୁଞ୍ଜବିହାରୀ ।


ପରମପୂଜ୍ୟ ଯେ ଇନ୍ଦୁବଦନ ନନ୍ଦନନ୍ଦନଙ୍କର ପାଦାରବିନ୍ଦ,

ଯଶୋଦାନନ୍ଦନଙ୍କ ମନ୍ଦମନ୍ଦ ମୃଦୁହାସ ଆଣେ ପରମାନନ୍ଦ,

ଧର୍ମ ସତ୍କର୍ମ ପାଞ୍ଚନ୍ତି ଗୋକୁଳାନନ୍ଦ ଅଚ୍ୟୁତାନନ୍ଦ ଗୋବିନ୍ଦ,

ମସ୍ତକ ମାନସରେ ଅନବରତ ଆଣନ୍ତି ବିବେଚ୍ୟ ସଜାଗ ସ୍ପନ୍ଦ।


ଜ୍ୟେଷ୍ଠ ଶ୍ରେଷ୍ଠ ହେଉଛନ୍ତି ଆମ ନିରୁପମ ନୀଳାମ୍ବର,

ସୁନ୍ଦର ମନ୍ଦିର ହେଉଛନ୍ତି ପତିତପାବନ ପୀତାମ୍ବର,

ଜଗତକୁ ବଣ୍ଟନ କରିଛନ୍ତି ଗୀତାଜ୍ଞାନର ସୁଧା-ଶମ୍ବର,

ଶ୍ରୀମନ୍ତ ଜଗାବଳିଆ ଉଭୟ ହେଉଛନ୍ତି ଅନନ୍ତ ଅନମ୍ବର ।


Rate this content
Log in

Similar oriya poem from Abstract