ମରୁଭୂମି
ମରୁଭୂମି
ମରୁ ମରୀଚିକା ଭଳି
ଆଶା ନିରାଶ ର ମରୁବାଲି !
ଦୂର ଦିଗନ୍ତ ବିସ୍ତାରି
ଡ଼ହ ଡହ ତତଲା ଅଶାନ୍ତ ପ୍ରହର !
କିଏ ଜାଣେ କେବେ
ବୃଷ୍ଟି ହେବ କି ନାଁ
କାକଟସ୍ ର ମେଞ୍ଚା ମେଞ୍ଚା ଯନ୍ତ୍ରଣା
କେବେ ପୁଣି ଶିଶିର ସ୍ନାନ !
ବଦନାମ ମରୁ ଝର,
ପାରେ ନାହିଁ କରି ଅନନ୍ତ ତୃଷ୍ଣା ଦୂର !
ମରୀଚିକା ପଛେ ନିତି ଧାଏଁ ,
ସ୍ଵପ୍ନ ଭାଙ୍ଗିଯାଏ କ୍ଷଣିକରେ
ଅପେକ୍ଷା ରତ ଦୁଇ ବାଟୋଇ
ତୃଷାର୍ତ୍ତ ପ୍ରାଣ କୁ ଦେଉ ଥାନ୍ତି ବୁଝାଇ
ଏଇତ ପ୍ରତୀକ୍ଷା ର
ଅବସାନ ପ୍ରାୟ ପିଣ୍ଡରେ ପ୍ରାଣ କୁ ସାଇତି ଦେଇ
ବହିଯାଏ ଝଡ,
ବର୍ଷା ର ଆଗମନ ବାର୍ତ୍ତା ନେଇ
ଯାଯାବର ଖୋଜେ ଜୀବନ !
ମରୁଭୂମି ଛାତିରେ
ବିତେ ଯହିଁ ନିସ୍ତବ୍ଧରାତି
ଜହ୍ନ ର ଶିତଳତା, ତାରା ଫୁଲ ମେଳା
ମନ ତଳେ ବିଭାବରୀ
ଆଙ୍କିଦିଏ ଚପଳା
ଜୀବନକୁ ଭିଡିନିଏ ମରୁ ମେଖଳା
ମରୁଭୂମି ଯହିଁ ଶୁଷ୍କ ସ୍ଵପ୍ନ ନାଚେ ଝୁମି ଝୁମି !!