ମୃତ୍ୟୁ
ମୃତ୍ୟୁ
ଏହି ଦୁନିଆରେ ଜନମ ଲଭିଲେ
ମରିବାକୁ ଦିନେ ପଡେ
କେବେ,କେତେବେଳେ, କେଉଁଠି
ଓହ୍ଲାଇ ଆସେ ମୃତ୍ୟୁ ପକ୍ଷ ବିସ୍ତାରି
ନେଇଯାଏ ପଞ୍ଜୁରୀରୁ ଆତ୍ମା
ରହିଯାଏ ଶରୀରର ଟା ଯାହା
ଶବ ହୋଇ ଶଢେ ।
ଗୋଟାଏ ମୁହୂର୍ତ୍ତରେ ସବୁକିଛି
ହୋଇଯାଏ ଧୂମାୟୀତ
ଲିଭିଯାଏ ଜୀବନର ଦୀପ
ତଥାପି ଏ ମଣିଷ ଘାଣ୍ଟି ହୁଏ
ଲୋଭ ମୋହ ମାୟା ବଳୟରେ
ନିଜକୁ କରି ଲାଳାୟିତ।
ଲୋଭ,ମୋହ,ମାୟା ସବୁର ମୃତ୍ୟୁ
ହୋଇଯାଏ ଆତ୍ମାର ଅନ୍ତିମ ଲଗ୍ନରେ
ସବୁ ଆରମ୍ଭର ତ ଶେଷ ଥାଏ
ଯେପରି ଶରୀର ରୁ ଆତ୍ମାଟା ଚାଲିଗଲା ପରେ
ମଣିଷର ଶରୀରର ଟା ଶବ ହୋଇଯାଏ।
କେହିବି ଜାଣିନି ଜନମରୁ ଜୁଈ
ଥାଏ କେତେ ବାଟ
ମୃତ୍ୟୁ ଦିନେ ଆସିବ ଏକଥା ନିଶ୍ଚିତ
ଅଢ଼େଇ ଦିନର ଏଇ ଜୀବନରେ
ମୋର ମୋର ହୋଇ ଏ ଅନ୍ଧ ମଣିଷ
କରିଚାଲିଛି ପାପ ପରେ ପାପ।