ମୃତ୍ୟୁ ସତ୍ୟ
ମୃତ୍ୟୁ ସତ୍ୟ
ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ସମୟ
ମୂଲ୍ୟବାନ ଭାବେ ମାନ୍ୟ
ପ୍ରତ୍ୟେକ ମୁହୂର୍ତ୍ତ ପ୍ରାୟତଃ କାହାଣୀ
କାହାଣୀ ବି ଭିନ୍ନ ଭିନ୍ନ
ଜନ୍ମ ବେଳେ ଯେଉଁ ଉତ୍ସବ ପାଳନ
କ୍ରମେ ପର୍ଯ୍ୟାୟ ରୂପରେ
ଜୀବନ ସହିତ ସଂଘର୍ଷ ପ୍ରାୟତଃ
ପ୍ରତ୍ୟେକ ପଦକ୍ଷେପରେ
ଜନ୍ମ ମାତ୍ରେ ମୃତ୍ୟୁ ଅଟେ ଅନିବାର୍ଯ୍ୟ
ଜୀବ ଯାଏ କାଳ ବଳେ
ମୃତ୍ୟୁ ଉଭା ହୁଏ ଛଞ୍ଚାଣ ରୂପରେ
ଘୁରୁ ଅଛି ସବୁ ବେଳେ
ଧନୀ ଜ୍ଞାନୀ ଗୁଣୀ ନେତା ରାଜା ପ୍ରଜା
ପ୍ରଭେଦ ବି ନାହିଁ ତିଳେ
ମୃତ୍ୟୁ ନିକଟରେ ସଭିଏଁ ସମାନ
ଆବୋରି ନିଏ ସେ କୋଳେ
ମୃତ୍ୟୁ ଚିରନ୍ତନ ସତ୍ୟ ପ୍ରମାଣିତ
କାଳ ଛଞ୍ଚାଣ ରୂପରେ
କେଉଁ ମୁହୂର୍ତ୍ତରେ ଝାମ୍ପି ନେବ ଆସି
ଜୀବନ ତା' କବଳରେ
ଚାହିଁ ଅଛି କାଳ ରୂପକ ଛଞ୍ଚାଣ
ମଣିଷର ହାବ-ଭାବ
ସବୁ ଜାଣି ଶୁଣି ମଣିଷ ହୃଦୟେ
ତଥାପି ନିଷ୍ଠୁର ଭାବ
ତିଳେ ମାତ୍ର ଡର ନାହିଁ ମୃତ୍ୟୁ ପ୍ରତି
ମୋହ ଭିତରେ ଜୀବନ
ଦୁର୍ଲ୍ଲଭ ଜୀବନ ପ୍ରାପ୍ତ ହୋଇ ନର
ପ୍ରାଚୁର୍ଯ୍ୟେ ବିତାଏ ଦିନ
ଧନ ଓ ପ
ଦବୀ ଅର୍ଜନ ଉଦ୍ଦେଶ୍ୟେ
ଅଧର୍ମ କୁକର୍ମ ପଥେ
ଅମୁଲ୍ୟ ଜୀବନ ହୁଏ ନିୟୋଜିତ
ପାପ ଓ ପଙ୍କିଳ ଚିତ୍ତେ
ମୃତ୍ୟୁ ଉପରାନ୍ତେ ଯଶ କୀର୍ତ୍ତି ମାତ୍ର
ରହିବ ସଦା ଅକ୍ଷୁର୍ଣ୍ଣ
ଦାନ ସେବା ଓ ପରୋପକାର କର୍ମ
ଧରାରେ ହେବ ସ୍ମରଣ
ଆସିବା ଓ ଯିବା ବେଳରେ ଉଲଗ୍ନ
ସ୍ଥିତି ଜାଣିଛି ମଣିଷ
ତଥାପି ମନରେ ହିଂସା ଈର୍ଷା ଦ୍ୱେଷ
ହେଉଅଛି ଅମଣିଷ
ହୃଦୟ ରେ ଦୟା ଧର୍ମ ଦାନ ପୁଣ୍ୟ
ଭାବନା ସର୍ବଦା ରହୁ
ଝାମ୍ପି ନେଇ ଯିବା ଆଗରୁ ଛଞ୍ଚାଣ
ସତ୍ୟ ପଥେ ମନ ଯାଉ
ମୃତ୍ୟୁ କୋଳେ ଚିରନିଦ୍ରା ର ଆଗରୁ
ଦାନ ପୁଣ୍ୟ ହେଉ ବ୍ରତ
ହୃଦୟରେ କାଳ ଛଞ୍ଚାଣ ର ଭୟ
ରହି ଥାଉ ଉଜ୍ଜୀବିତ
ସେ କାଳ ଛଞ୍ଚାଣ ସର୍ବଦା ଦାରୁଣ
ଝାମ୍ପି ନେବା ତା'ର କାମ
ଝାମ୍ପି ନେଲା ବେଳେ ଉଚ୍ଚାରଣ ହେଉ
ପରଂବ୍ରହ୍ମଙ୍କର ନାମ
ମୃତ୍ୟୁ ହିଁ ଅପରିହାର୍ଯ୍ୟ ଜୀବନରେ
ମୃତ୍ୟୁ ସତ୍ୟ ଚିରନ୍ତନ
ମୃତ୍ୟୁ ପାଇଁ କିମ୍ପା ଅଯଥା ବିଭ୍ରାନ୍ତ
ହୃଦୟେ ହେଉ ଗ୍ରହଣ