ମୃତ୍ୟୁ ଏକ ସତ୍ତାହୀନ ସ୍ଥିତି
ମୃତ୍ୟୁ ଏକ ସତ୍ତାହୀନ ସ୍ଥିତି
ମୃତ୍ୟୁ ଏକ ସତ୍ତାହୀନ ସ୍ଥିତି
ଏହା ଗଣାଯାଏନାହିଁ।
ମୁଁ କେବଳ ଗଲି ଆରେକ କକ୍ଷକୁ
ଆଉ କିଛି ତ ହୋଇନି।
ସବୁକିଛି ଯଥା ପୂର୍ବ ତଥାବତ୍
ମୁଁ - ମୁଁ, ଓ ତୁମେ - ତୁମେ,
ଏବଂ ପୁରୁଣା ଜୀବନ ଯାହା
ପ୍ରୀତିପୂର୍ଣ୍ଣ ଏକାଠି ଜୀଇଁଛେ
ଏବେବି ଅଛୁଆଁ, ଅପରିବର୍ତ୍ତିତ।
ପରଷ୍ପର ପ୍ରତି ଯାହା ଥିଲେ
ଆମେ ଏବେ ବି ସେଇଆ।
ସେ ପୁରୁଣା ଅନ୍ତରଙ୍ଗ ନାମ ନେଇ ଡାକ।
ଯେପରି ମୋ ବିଷୟରେ କହୁଥିଲ
ବାସ ସେଇଭଳି କୁହ।
କଣ୍ଠ ଯଥାବତ ରଖ।
ସୁଖ ବା ଦୁଃଖର କୋହ ମୋହ ଢାଙ୍କନା।
ଛୋଟ ଛୋଟ ହସକଥାରେ
ସେହିପରି ଭାବେ ହସ
ଯେମିତି ଆମେ ହସୁଥିଲେ,
ଯେମିତି ଉପଭୋଗ କରୁଥିଲେ।
ଖେଳ, ହସ, ମୋ କଥା ଭାବ
ପ୍ରାର୍ଥନା କର ମୋ ପାଇଁ ।
ମୋ ନାମ ସେମିତି ଘରୁଆ ଥାଉ
ଠିକ୍ ଯେମିତି ରହିଥିଲା।
ସହଜ ଭାବରେ ନାମ ମୋ
ସ୍ବତଃଷ୍ଫୁରଣ ହେଉ,
କରାଳ ଛାଇର
ଭୂତ ନ ପଡିବା ପରି ।
ଜୀବନଟା ଯାହା ପୂର୍ବ ନିର୍ଦ୍ଧାରିତ
ଏହା ସେପରି ଯେମିତି ଆଗରୁ ଥିଲା।
ଜୀବନ ପ୍ରବାହ ଅଖଣ୍ଡ ଓ ଚିରନ୍ତନ
ଏଇ ମୃତ୍ୟୁ ଯେ କେବଳ
ଏକ ଅବହେଳିତ ଦୁର୍ଘଟଣା ?
ମୋ ଅଦୃଶ୍ୟତା ମୋ ଅଚିନ୍ତନ ହେବ କାହିଁକି?
ମୁଁ କିନ୍ତୁ ଅପେକ୍ଷା କରେ ତୁମର,
ଅତି ନିକଟରେ କେଉଁଠି
ଏଇ କୋଣେ ପ୍ରତିକୋଣେ,
ଏକ ବିରତିରେ।
ସବୁ ତ ଠିକଠାକ
କିଛି ବି ଆଘାତ ହୋଇନି
କିଛି ତ ହଜି ବି ଯାଇନି।
ଗୋଟିଏ କ୍ଷୁଦ୍ର ମୁହୂର୍ତ୍ତ
ଏବଂ ତା'ପରେ
ସାମାନ୍ୟ ସବୁକିଛି
ଠିକ୍ ପୂର୍ବଭଳି।
ବିଚ୍ଛେଦର ଅସୁବିଧାରେ
ଆମେ କିପରି ହସିବା
ଯେବେ ଆମେ ପୁଣି ମିଶିବା !
ମୂଳ ରଚନା : ହେନରୀ ସ୍କଟ ହଲାଣ୍ଡ ( ୧୮୪୭ - ୧୯୧୮ )
ଅନୁସୃଜନ : ସୁଧିର କୁମାର ପଣ୍ଡା, ବ୍ରହ୍ମପୁର
ପୃଷ୍ଠଭୂମି। : କବି ସେଣ୍ଟ ପାଉଲ କେଥେଡ୍ରାଲର ପାଦ୍ରୀ ଥିଲେ । ୧୯୧୦ ମସିହାରେ ଏହା ଲେଖିଥିଲେ ମୃତ୍ୟୁ କାଳୀନ ବନ୍ଦାଣ ଭାବରେ।