Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.0  

BISWESWAR MAJHI

Inspirational

ମୃତ୍ଯୁର ସତ୍ଯତା

ମୃତ୍ଯୁର ସତ୍ଯତା

1 min
258



ଅନ୍ଧକାର ସତ୍ଯ ପରି ମୃତ୍ୟୁ ମହା ସତ୍ଯ

କାହା ପାଖରେ ନ ଥାଏ ତା'ର ଆନୁଗତ୍ୟ।


ଜୀବନ ଏକ କୁହେଳି ମରିଚୀକା ପରି

ଅଢେଇ ଦିନ ଜୀବନ ଭରସା ନ କରି।


ବଡ ବଳିୟାର କାଳ ଦୟା ତା'ର ନାହିଁ

ଝାମ୍ପି ନେବ ଚୋରପରି ବଡ କୃର ସେହି।


ଅମର ନୁହେଁ ମାନବ ଚେତନା ହଜାଇ

ଗର୍ବ ଅହଙ୍କାର ମତ୍ତ କଳନା ନ ହୋଇ।


ମୃତ୍ଯୁ ଆଜି ଏହିପରି ଭାବନା ମନରେ

ପୁରଣ କରିବା ଯାହା ଅଛି କଳ୍ପନାରେ।


ରାବଣର ସ୍ୱପ୍ନ ଥିଲା ସରଗକୁ ଶିଢି

ଆଜି କାଲି କହି କହି ନ ପାରିଲା ଚଢି।


ପର ଉପକାର ମିଠା ଆଚରଣ ବଳେ

ମୃତ୍ଯୁ ପାରେ ସ୍ୱର୍ଗ ପ୍ରାପ୍ତି ଏ ମହୀ ମଣ୍ଡଳେ। 

  


Rate this content
Log in