ମୃଗନୟନୀ -୯
ମୃଗନୟନୀ -୯
-
-
ମୃଗନୟନୀ -୯
ଅନେକ ପଚାରିଲେଣି ତୁମ ପରିଚୟ, କିଛି ସନ୍ଧେହରେ ଦେଖିବା ଆରମ୍ଭ କଲେଣି ତୁମ ଗଳିରେ ଦେଖି ବୁଲିବା ମତେ, ତୁମକୁ ମିଳେ ସବୁ ଖବର, ପଚାରିବି ! କାହାକୁ ? କୁହ ତ ତୁମ ଖବର, କି ? ଅବା ଦେବି ମୋ ପରିଚୟ , ତୁମ ନିଶ୍ୱାସ ଓ ପ୍ରଶ୍ଵାସ କୁ ପଚାରି କୁହ ତ ତୁମେ ମୋର ମୁଁ ତୁମର ନୁହେଁ । (୧)
ସକାଳର ସୁନେଲି କିରଣ, ସନ୍ଧ୍ୟାର ରଙ୍ଗଓ କଳା ମିଶା ସାଇ ନେଇ ତୁମକୁ ଖୋଜି ତୁମ ବିନାଲେଖି ବସେ ରାତିରେ ଅନେକ କବିତା ବଞ୍ଚାଇ ରଖି ତୁମ ଅନୁଭୂତି ମୋ ଖୋଲା ଛାତି ଛାଡି ତୁମ ମଥା ରଖିବା ଲାଗି ସାରାରାତି ରହେ ଚେଇଁ, ମିଳିଯାଏ ସ୍ୱର୍ଗ ତୁମ ଚପଳ ନୟନ ଯୁଗେଳେ, ମୋ ନୟନେ ତୁମ ନିଶା ଏମିତି ଛାଇ ରହେ ଯେମିତି ତୁମେ ମୋ କେବଳ ବଞ୍ଚିବାର ବାହାନା କୁହ ! ତ କିଏ ? ତମକୁ ଏତେ ପାଇବ ଭଲ ଯେମିତି ପାଉଛି ମୁଁ , ସବୁ ଜାଣି ବି ବେଖବର ରହିପାର କେମିତି ? । (୨)
ଆଉ ନାହିଁ ,ମୋ ଧୋଯ୍ୟ ଯେ କରେ ତୁମ ପ୍ରତୀକ୍ଷା ଆସି ଯାଅ ଥରେ ଆଉ ଶୋଇ ଯାଅ ସବୁରାତିର ନିଦ ମୋ ସହ, କେତେ ଦିନରାତି ଖାଲି ଲେଖି ଚାଲୁଥିବି ତୁମ ନାମ ହୃଦୟ ଅଗଣାରେ ମୋ କାବ୍ୟକୃତି ର କାରଣ ଯେ ତୁମେ ତୁମ ଛଡା ଆଉ କିଛି ଲାଗେନି ଭଲ ତୁମ ବିନା ରହି ପାରେନା ବେଖବର, ବେଖବର କେମିତି ଆଗୋ ପ୍ରିୟତମା ""ମୃଗନୟନୀ1"" । (୩)
କାଶ୍ୟପ । ରାମ ବିଶୋଇ, ଦିବା-୧୧-୨୭ ମି. ତା-୦୭-୧୨-୧୬, ରାୟଗଡା ।
-