Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ 8

ମୃଗନୟନୀ 8

1 min
6.5K


ନିରୋଳାରେ ମନେପଡ଼,

ନିଶା ଭଳି ଛାଇଗଲ ସବୁବେଳେ,

ଚୁପ ହୋଇ ରହିବା,

କାର୍ଯ୍ୟବ୍ୟସ୍ତତା ଆଳ,

ଏ ତ ତୁମ ଅସ୍ଥିମଜ୍ଜାଗତ,

ସମ୍ପର୍କର ସେତୁ ଯେ ଝୁଲୁଛି ରେଶମୀ ସୂତାରେ,

ପଚାରିଲେ କୁହ ! ବୁଝିବାକୁ ତ ଚେଷ୍ଟା କର । (୧)

ବୁଝାଇ ଅବୁଝାମନକୁ

ବାହାରି ପଡେ ସକାଳୁ ସକାଳୁ

ତୁମ ପୁରୁଣା ଘର ଗଳି ଆଡେ,

ମିଟି ମିଟିକା ଅନ୍ଧାର,

ତା ସହ ଛାଇ ଆଲୁଅର ଖେଳ ବିବେକ ହସି କହେ,

ପାଗଳାମି ନୁହେଁ କି ?

ଏ ତୋର ପୁଣି ଏ ବୟସରେ ଏ କି ?

ଚାଲିଛି ଲୀଳା ତୁମର ରାଧେ ! ରାଧେ ! । (୨)

ମନ କହେ ନା ସେ ଖୋଜିଥିଲା ତୁମକୁ

ଏ ଦେଖ ଛାଇଟି ଚାଲିଛି,

ଏ କଣ ? ସେ ନୁହେଁ ,

ହସିଲି !

ମନେ ପଡିଗଲା !

ତା କାଚକେନ୍ଦୁ ଭଳି ଦୁଇ ଇଷତବାଦାମୀ

ସାମାନ୍ୟ ଠାରୁ ଯଥେଷ୍ଟ ବଡ଼ ନୟନଯୁଗଳ

ଆଉ ସେ ଦିନ କଥା

ଯେଉଁଦିନ ସେ ଛାଡିଥିଲା ମୋ ସହର,

ଷ୍ଟେସନ ବେଞ୍ଚରେ ଅସହାୟ ଭାବେ ଦୁରେ ବସିଥିଲି,

ବୁଝି ପାରିନି ଏବେ ବି ପ୍ରେମ ର "ଠ" କି ? " ମ"

କିନ୍ତୁ ମୋ ସ୍ମୃତି ଫଳକେ ଆଜି ବି ସେ

ମୋ ନିଶା ଉତାରିବା ଧରୁ ନି ନାଁ

ସେ ପରା ମୋ ସବୁ ସନ୍ଧ୍ୟା ନୀଡ ଫେରା ରାଗରାବଳି,

ପ୍ରୟାଧି ପ୍ରିୟତମା "ମୃଗନୟନୀ " ।


Rate this content
Log in