ମୃଗନୟନୀ-୧୫
ମୃଗନୟନୀ-୧୫
ମୃଗନୟନୀ-୧୫
ଇଚ୍ଛ ହୁଏ କହିବାକୁ
ଅନେକ ଥର
ତୁମ ବିନା କିଛି ଭଲ ଲାଗେନା
ପରିଚୟ ଅଛି
କିନ୍ତୁ
ଅପରିଚିତ,
ଜାଣିଛି କେବଳ ତୁମ ନାମ
କିନ୍ତୁ ଡାକିବାକୁ ମନା,
ଠିକଣା ଜାଣିଛି
ସେ ବି ଅଧା ଅଧୁରା,
ଦେଖିଛି ତୁମ ଛବି
କିନ୍ତୁ
ଦେଖିବାକୁ କେମିତିକା ତୁମେ
ଠିକ ରୂପେ ଜାଣେନା,
ତୁମେ ଭଲପାଅ ମତେ
ମୁଁ ବି ଭଲପାଏ ତୁମକୁ
କେମିତିକା ଏ ଭଲପାଇବା ବୁଝିହୁଏନା,
ଛାଇଆଲୁଅର ଖେଳ
କେବେ ଅଛ, କେବେ ନାହଁ,
ପ୍ରଯୁକ୍ତି ମାୟାର ମରୀଚିକା,
ମାତାଲ ହୋଇଯାଏ ନପିଇ ମଦିରା,
ଚହଲିଯାଏ ଭରା ଗିଲାସ ରୂପକ ଯୌବନ
ଦେଖି ତୁମ ରୂପବିନ୍ୟାସ
ଓ ମାଦକଭରା ନୟନ,
କିଏ ହେବ ତୁମ ସରି !
କହିଲ ତ ଦେଖି
ହଲିଉଡ୍ ତାରକା,
ସିଅନି ଲୁଇସ୍
ଅବା କେଟ୍ରିନା
କଥା ପଦେ ହେବାକୁ
ତ ଲାଗିଲା ତୁମକୁ
ଏକ ଯୁଗ
ତଥାପି
ଅଳି ଅର୍ଦ୍ଦଳି, ଅଭିମାନ
କର ଢେର୍ ବେଶି,
କିନ୍ତୁ ସବୁବେଳେ ସ୍ୱିଚ୍ଅଫ୍ ରୁହେ
ମୋବାଇଲ ତୁମର,
ପ୍ରଯୁକ୍ତିଖେଳର ନିଶା
ମହୁଲି,
ଖାଣ୍ଟି ଦେଶୀ କୋରାପୁଟ
ଡୋକ୍ରା ମେଣ୍ଢା ନିନି
ଭାରି ଟାଣୁଆ
ନାଲି ରିବନଫିତା
ଚମେଲି ତେଲ,
ଭିଡ଼ା ଛତିଶି ଦେଇ
କିଣିଦେବିନି
ତୋ ମନ ଭୁଲ ତେ
ପାରିବୁନି ମକେ
ଖେଳୁଛ ତ ଖେଳ
ହାରି ଜିତିବା ଖେଳ
ଏ ଭାବ ଦିଆନିଆ
ପେସାଦାର ଖେଳାଳି ଭଳି ଖେଳ
ଏକ ନମ୍ବର
ପ୍ରେମିକ ତୁମର
ପ୍ରିୟତମା !
ଚାରୁହାସିନୀ, ମନ୍ଦଗମନୀ, ଇନ୍ଦୁବଦନୀ
ମିଷ୍ଟଭାଷିନୀ, ମୃଗ ନୟନୀ ମୋର
ତୁମ ବିନା କିଛି ଭଲ ଲାଗେନା ଗୋ ।
କାଶ୍ୟପ । ରାମ ବିଶୋଇ, ରାତ୍ର-୧୨-୧୩ମି. ତା-୦୯-୧୨-୧୬, ରାୟଗଡା ।