ମୃଗନୟନୀ -୧୩
ମୃଗନୟନୀ -୧୩
ମୃଗନୟନୀ -୧୩
କାଶ୍ୟପ, ରାମ ବିଶୋଇ, ରାୟଗଡା
ତୁମେ ନାହଁ ବୋଲି
ବାଦଲ ହେଲା ପାଗଳ
ବିନା ବାଦଲରେ
ଆକାଶ ଲାଗେ ଅନ୍ଧାର,
ଆଜିକାଲି ଛୁଇଁଦେଲେ
ଆସୁନାହିଁ ବସନ୍ତ,
ଗୀତ ଗାଇବା ଭୁଲିଗଲାଣି
ମୋ ବାଡ଼ିରେ ବସି କୋଇଲି,
ଫିକାଫିକା ଲାଗୁଛି
ସବୁ ଇଚ୍ଛାକନ୍ୟାମାନଙ୍କ ଦାବି । (୧)
ଜଡତା ସିନା ଦେଇ ଚାଲିଗଲ
ଲେଖିଦେଲ
ସବୁଦିନ ପାଇଁ ମୋ କପାଳେ
ପଲିଥିନର ଭାଗ୍ୟ,
ନା ମିଶିପାରୁଛି ମାଟିରେ
ନା ବଜାୟ ରଖିପାରୁଛି ଅସ୍ତିତ୍ବ । (୨)
କହିବାକୁ ବାକିଅଛି
ଲେଖିବାକୁ ବାକିଅଛି
ଅନେକ କିଛି
ତୁମେ ନାହଁ ବୋଲି,
ସ୍ୱପ୍ନରେ ନ ଆସ ପଛେ ପାଖକୁ ମୋର
ଆସ କିନ୍ତୁ ଥରେ
ମୋ ବନ୍ଧୁଙ୍କ ସ୍ୱପ୍ନରେ
ଠିକଣା ସେ ଦେବେନି ବତାଇ
ପ୍ରୟତମା ମୋର
ମୃଗନୟନୀ । (୩)