Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ମୋର ପ୍ରିୟ ଗୌରୀ ନାନୀ

ମୋର ପ୍ରିୟ ଗୌରୀ ନାନୀ

1 min
155



ତମରି କଥା ଭାରି ମଧୁର

     ତମେ ତ ଗୌରୀ ଅପା

ତମରି ଭାବେ ଆମେ ଗର୍ବିତ

         ତମେ ଗଜମୁକୁତା ।


ଭଳି କି ଭଳି ତମରି ବେଶ

          ଦିଏ ତ ବହୁ ଖୁସି

ସରଗ ପରି ଆସେ ତ ଓହ୍ଲାଇ

     ତମକୁ ନାଚୁ ଦେଖି ।


ତମ ଚାହାଣୀ କେତେ ଯେ ସୁନ୍ଦର

   ତମେ ଅଗଣା ଦୀପ

ତମରି ରୂପ ମନକୁ ତ ଛୁଏଁ

   ତମେ ତ ସନ୍ଧ୍ୟା ଧୂପ ।


ଆମ ଗୌରୀ ପରି କିଏ ସେ ହେବ

  କଥା କହେ ହସି ,ହସି

ସଭିଙ୍କ ମିତ ଆମ ଗୌରୀ ନାନୀ

    ସେଏ ତ ସରଗ ଶଶୀ ।


ହେଉ ନଦୀ ପଠା ହେଉ ବଣ ଭୋଜି

    ସବୁଠାରେ ତାଙ୍କ ଛବି

ତାଙ୍କରି ଶରଧା ତାଙ୍କରି ପ୍ରେରଣା

   ଭାଙ୍ଗି ଦିଏ ଦୁଃଖ ଚାବି ।



Rate this content
Log in