ମୋର କ'ଣ ହେଇଛି ?
ମୋର କ'ଣ ହେଇଛି ?


ମୁଁ ଆଜି ବସିଛି,
ଅନେକ କିଛି ଭାବୁଛି,
ମନେ ମନେ ହସୁଛି,
ସବୁ କିଛି ଭୁଲିଛି,
କହି ପାରିବକି ତୁମେ,
ମୋର କ'ଣ ହେଇଛି ?
ଭୟ ମୋତେ ଲାଗୁଛି,
ହାତ ମୋର ଥରୁଛି,
ଏତେ ସବୁ ଘଟୁଛି,
ସମୟ ସରି ସରି ଆସୁଛି,
କହି ପାରିବକି ତୁମେ,
ମୋର କ'ଣ ହେଇଛି ?
ନିଦ ହଜି ଯାଇଛି,
ମନ ମରି ଯାଇଛି,
ଆଶା ସରି ଯାଇଛି,
ଆନମନା ହେଉଛି,
କହି ପାରିବକି ତୁମେ,
ମୋର କ'ଣ ହେଇଛି ?