ମୋର ଅନ୍ତଃସ୍ୱର
ମୋର ଅନ୍ତଃସ୍ୱର
ମଣିଷ ଜୀବନ ମିଳିଛି ମୋତେ ସତେ
କେଡେ ସୁନ୍ଦର ଜୀବନ
ଖାଲି ହାତେ ଆସିଥିଲି ଖାଲି ହାତେ ତ
ଯିବି ଏହା ସତ୍ୟ ବଚନ |୧|
ତା ସାଥେ ପାଇଛି ମୁଁ ତ ଏକ ବିବେକ
ଭାବନା ଓ ଜ୍ଞାନ
ଦେଖିବାର ସ୍ଥାନ କାଳ ପାତ୍ର ସାମାଜିକ
ନୀତି ଜ୍ଞାନ ଓ ମନ |୨|
ଅଛି ମୋ ମନରେ ତ ବିଭିନ୍ନ ପ୍ରକାରର
ଭୋକ ଓ ଲାଳସା
ଲାଳସା ନମେଣ୍ଟଇ ଯେବେ ଦେଖା ଦିଏ
ବିଭିନ୍ନ ସମସ୍ୟା |୩|
ଲାଳସାର ବଶବର୍ତ୍ତୀ ବିଭିନ୍ନ ମହକରେ
ମନର ଉତ୍ତାଳରେ
ଚୁଲୁବୁଲି ମନ ହୋଇପାର
େ ସ୍ୱପ୍ନରେ
ଆଶାର ସୌରଭରେ |୪|
ନାନା ଚିଜ ଖୋଜା ହୁଏ ମଣିଷ ଭୋକର
ଗର୍ଜନ ମେଣ୍ଟାଇବା ପାଇଁ
ବିଷମ ସ୍ଥିତି ପରା ସୃଷ୍ଟି ହୁଏ ସେ ଲାଳସା
ଯଦି କେବେ ନମେଣ୍ଟଇ |୫|
ହୃଦୟର କୋହରେ ସ୍ମୃତିର ଝଲକରେ
ମୁଁ ଅବିରତ ଚାଲିଛି ବହି
ଆଶା ଅଛି ଲୋଭ ହେବ ମୋର ଦାସ
ଫେରବିନି ପଛକୁ ଚାହିଁ |୬|
ଭାବି ନାହିଁ କର୍ତ୍ତବ୍ୟ କରିବାରେ କିଏ
ସେ ନିଜର କିଏ ମୋ ପର
ଏହି ସ୍ନେହ ସଦା ମୋର ମନେ ଭରି
ଥାଉ ଏହା ମୋ ଅନ୍ତଃସ୍ୱର |୭|