ମୋହ
ମୋହ


ମୋହରେ ଜଗତ
ମାୟା ପରି ବଶୀଭୂତ
ମୋର ମୋର କହି
କିଏ ବା ଗଲାଣି
କା ପଛେ ଗୋଡ଼ାଇ
ତଥାପି ମୋହ ଆସକ୍ତି
ମଲାଯାଏଁ ଛାଡେ ନାହିଁ
ତୁ ମୁଁ ସେ, ତୁମେ ଆପଣ ଆମ୍ଭେ
ମହୀରେ ରହି
ଯିବା ଯାଏ ମଶାଣୀ ଜୁଇ
ମୋହର ଅନାସକ୍ତ କେ
ଅଛି କୁହ ଭଉଣୀ ଭାଇ
ଶେଷ ମୋହ କାମନା ଛାଡି
କାଳିଆ ପାଶେ ଗଲେ ଭିଡି
ନେବନି ଯମ ଦଉଡି
ଜମା ଘୋଷାଡ଼ି ଘୋଷାଡ଼ି
କିଂଚିତ ପାପ ଛାଡି ଆଗକୁ
ଯିବାକୁ ହେବ ଶିଡ଼ି ଚଢି
ସବୁ ଜାଣି ଅଜଣା ମୋହରେ ପଡି
ଚତୁର୍ଦ୍ଧା ମୂରତି ଯଦି ହେବେ ଆଶ୍ରା ବାଡ଼ି
ଜିବ ଯିବାବେଳେ କେଜାଣି
ମାୟା ମୋହ ଯିବ କାଳେ ଛାଡି
ମୋହର ଜାଲରୁ ମୁକୁଳି
ଖୋଲି ଆସକ୍ତି ଶିକୁଳୀ
ମାୟାରେ ନହୋଇ ବାଉଳି
ମୋହଗ୍ରସ୍ତ ହୋଇ କର ଜପାମାଳି
ମୋହରୁ ହୁଏତ ବଉଳି
ଛୁଇଁବା ଶ୍ରୀକ୍ଷେତ୍ର ନେତ,
କରି କରାଉଥାନ୍ତି ବନମାଳୀ ।