ମୋ ଶ୍ରଦ୍ଧାରେ ...
ମୋ ଶ୍ରଦ୍ଧାରେ ...


ମୋ ବିଶ୍ବାସ ରେ ତୁମେ,
ମୋ ନିଶ୍ବାସ ରେ ତୁମେ..
ଶବ୍ଦ, ସାଥୀ ରେ ତୁମେ..
ତୁମ୍ଭମୟ ସଂସାର ମୋ,
ଚାଲିଛି ତୁମ ଭରସା ରେ..
ସବୁଠାରେ ତୁମେ ଅଛ ପ୍ରଭୂ,
ରହିଛ ଆତ୍ମବିଶ୍ୱାସ ରେ...
ତୁମେ ମୋ ଶକ୍ତି,
ତୁମେ ଦୁର୍ବଳତା
ତୁମେ ଅଛ ବୋଲି
ରହେ ମୁଁ ଅଚିନ୍ତା...
କେତେ ଦୁଃଖସୁଖ,
କେତେ ଆକୁଳତା
ନୀରବେ ଶୁଣିଛ ପ୍ରଭୂ,
ରଖି ମୋତେ ଆଶ୍ରୀତା...
ସକଳ କଷ୍ଟ ମୋ,
ରହୁ ଭୂଜତଳେ
ପୋଛି ଦିଅ ଲୁହ ଧାର
ସଦାବେଳେ...
ତୁମ ସହ ମୁଁ ଅଛି,
ମୋ ସହ ତୁମେ
ପାଶେ ଥାଅ ଦାମୋଦର ,
ଜନ୍ମ ଜନ୍ମାନ୍ତରେ...
ଜଗନ୍ନାଥ, ଜଗନ୍ନାଥ ଭଜୁଥିବି ନୀତି,
ଯିବା ବେଳେ ମୋ ଭକ୍ତି ହାତ ନଛାଡିବ ଯେମିତି......।।