ମୋ ସହର
ମୋ ସହର
ମାଛ ସହର ରେ ଆଜି କରିଛି ମୁଁ ଘର
ଅଭାବି ଦୁନିଆ ରେ ମୋ କରେ ପୁଣି
ମାଛର ବେପାର
ଜୀବନ ରେ ଦେଖି ନି ମୁଁ ସେ ଆଲୋକିତ ସହର
ଜୀବନ ଜୀବିକା ମୋର ଏ ମାଛ ବେପାର.
ସୂର୍ଯ୍ୟର ସୁନେଲି କିରଣ ଡାକେ ହାତ ଠାରି
ସକlଳ ପହରୁ ଘରୁ ଯାଏ ମୁଁ ବାହାରି
ବଗଡ଼ା ଭାତ କୁ ଲୁଣ ଲଙ୍କା ର ସମ୍ଭାର
ସେଥିରେ ମୋ ଭୋକ ମେଣ୍ଟେ
ଆଉ କିଛି ଲୋଡ଼ା ନାହିଁ ମୋର
ଆସେ କେତେ ଝଡ଼ ପୁଣି ଆସେ କେତେ ବୈଶାଖୀ
ନାଆଁ ମୋର ଜୀବନର ଚାଲିଥାଏ ସେମିତି
ତେତେବେଳେ ଝଡ଼ ଆସେ ଅଣ୍ଟା ଯାଏ ଭାଙ୍ଗି
ଝାଟିମାଟି କୁଡ଼ିଆ ର ସପ୍ତା ଯାଏ ହଜି
କେତେ ନେତା କେତେ ମନ୍ତ୍ରୀ ଆସନ୍ତି ଏଠିକି
ମହଣ ମହଣ ପ୍ରତିଶୃତି ରେ ଦିଅନ୍ତି ସେ ପୋତି
ରାଜନୀତି ପଶାପାଲି ଜଣା ନାହିଁ ମୋତେ
ଆଶା ଦେଇ ଚାଲିଯାନ୍ତି ନିଜେ ନିଜ ପଥେ
ପଲିଥିନ କିଛି ଦେଇ ପୁଣି କରିଦିଅନ୍ତି ଖୁସି
ଭାବେ ସେଇ ଅନୁକମ୍ପା ମିଳିବ କି ସତେ
ସପନ ର ଘର ଗୋଟେ ତୋଳିବି କେମନ୍ତେ
ସ୍ତ୍ରୀ ଆଉ କହିବ ନି ଘର ପାଇଁ ମୋତେ
ଛୁଆ ମାନେ ଝଡ଼ ରେ ବି ରହିବେ ଟି ସୁସ୍ଥେ
ହେଲେ ସେଇ ସପନ ତ କେବେ ସତ ହୁଏ ନି
ମିଛ ପ୍ରତିଶୃତି ରେ ମୁଁ ମରେ ଖାଲି ବାହୁନି
ସେଇ ଝାଟିମାଟି ଘରେ ଜୀବନ ମୋ ବିତାଇ
କୋଠା ଘର ସପନ ଟା ଯାଏ ପୁଣି ମିଳେଇ
ଜୀବନ ମୋ ବିତିଯାଏ ମାଛ ର ସହରେ
ଯେଉଁଠି ଜୀବନ ଆରମ୍ଭ ହୁଏ
ସେଇଠି ପୁଣି ମୋ ଜୀବନ ଶେଷ ହୁଏ
ପାଣି ବିନା ମାଛ ପରି ହୁଏ ଛଟ ପଟ
ଜlଣେ ନାହିଁ ମୁହିଁ ପୁଣି ବଂଚିବା ର ବାଟ
ଅଭାବି ସଂସାର ମୋର ନାହିଁ କିଛି ଆଶା
ସବୁକିଛି ମୋ ପାଇଁ ଏ ମାଛ ହିଁ ଭରସା l