Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Children

3  

Sachidananda Kar

Children

ମୋ ସାଥି ହୋଇ ତୁ ଥାଆ

ମୋ ସାଥି ହୋଇ ତୁ ଥାଆ

1 min
262



       ବରଷା ପଡିଲେ

            ଖାତାରୁ କାଗଜ ଚିରେ

       ଡଙ୍ଗା ଗଢି ଦାଣ୍ଡେ ପାଣିର ସୁଅରେ

            ଭସାଇ ଦିଏ ମୁଁ ଧୀରେ ।।


       ନାଚି ଖେଳି ଢଳି

            ଡଙ୍ଗା ଭାସି ଭାସିଯାଏ

      ମନଟା ଖୁସିରେ ଛନଛନ ହୁଏ

            ଗୀତଟିଏ ମୁଁ ଯେ ଗାଏ ।।


      ବରଷା ରାଣୀଟା 

            ଶୁଣେ ଯେବେ ମୋର ଗୀତ

      ଭାରି ଭଲପାଏ ଖୁସି ହୋଇଯାଏ

            ମୋ ସାଥିରେ ବସେ ମିତ ।।


      ଖେଳିବା ପାଇଁକି

            ମିତଟିଏ ଲୋଡ଼ା ବୋଲି

      ଆଜି ଠାରୁ ମୋର ମିତ ହେଲୁ ତୁହି

            କହେ ତାକୁ ମନ ଖୋଲି ।।


      ଭାରି ଭଲ ସିଏ

           ମୋ ସାଥିରେ ମିଶି ଖେଳେ

      ଖେଳିବା ପାଇଁକି ମୋତେ ଭଲ ଲାଗେ

           ଥାଏ ଯେବେ ସାଥି ମେଳେ ।।


      ଏମିତି ସାଥି ସେ

           ମୋ ଦେହ ଭିଜାଇ ଦିଏ

       ତା' ସୁଅରେ ପୁଣି ମୋ କାଗଜଡଙ୍ଗା

           ଆଗକୁ ଆଗକୁ ନିଏ ।।


       ଖୁସି ହୁଏ ମୁହିଁ

           ଏମିତିକା ସାଥି ପାଇ

       ଡଙ୍ଗା ଚାଲିଥାଏ ଦେଖି ପୁଣି ତାହା

           ନାଚି ଉଠେ ଗୀତ ଗାଇ ।।


      ବରଷା ରାଣୀ ଲୋ 

           ଏମିତି ମୋ ପାଶେ ଆ'

      ଭସେଇବି ମୁହିଁ କାଗଜର ଡଙ୍ଗା

           ମୋ ସାଥି ହୋଇ ତୁ ଥାଆ ।


Rate this content
Log in

Similar oriya poem from Children