ମୋ ପରିବେଶ ମୋ ପାଇଁ ସ୍ବର୍
ମୋ ପରିବେଶ ମୋ ପାଇଁ ସ୍ବର୍
ପ୍ରାକୃତିକ ସୌନ୍ଦର୍ଯ୍ୟରେ
ପରିପୂର୍ଣ୍ଣ ସବୁଜ ବନାନୀ
କୋଳେ ମୋ ପରିବେଶ
ଉଙ୍କି ମାରି କହେ ମୁଁ
ସଦା ପରିପୃଷ୍ଟ ଜୀବନ୍ତ
ମୋ ଦେହେ ପ୍ରବାହିତ
ନିର୍ଝରିଣୀ କଳକଳ
ନାଦିନୀ ସୁଶୀତଳ
ଜଳଧାର ମନ୍ଦାକିନିର
ସ୍ବରୂପ ଅଟେ
ସ୍ବର୍ଗୀୟ ପୁଲକ ସୃଷ୍ଟି
କରେ
ଅପରୂପ ପୁଷ୍ପର ସମ୍ଭାର
ପ୍ରତି ପଲ୍ଲୀବୀତ ଡାଳେ
ଝୁଲି ଝୁଲି ମନଛୁଆଁ
କଥା କହେ
ଭଅଁର ଗୁଣୁ ଗୁଣୁ ଗୀତ
ଗାଏ
ଆମ୍ରବୃକ୍ଷ ଡାଳେ କୋଇଲିର
କୁହୁତାନ ମନ ଗହନବନକୁ
ଛୁଇଁ ଯାଏ
ଧାନ କ୍ଷେତରେ ଧାନ କେଣ୍ତା
ମୁରୁକି ମୁରୁକି ହସି
ସ୍ବର୍ଗୀୟ ଅନୁଭୂତି ଆଣେ
ଗାଁ ଦାଣ୍ଡେ ଚଷା ଭାଇର
ମନଛୁଆଁ ଗୀତ ମନ୍ତ୍ରମୁଗ୍ଧ
ମନମହକ ପରିବେଶ
ସୃଷ୍ଟି କରାଏ
ମୋ ପରିବେଶ ମୋ ପାଇଁ
ସଦା ସଦା ପବିତ୍ର ସଚିତ୍ର
ଵିଚିତ୍ର ମଧୁମୟ
ସମା ବାନ୍ଧେ ।