Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Romance

3  

Sarojini Mishra

Romance

ମୋ ପ୍ରେମିକା - ୧

ମୋ ପ୍ରେମିକା - ୧

1 min
211


ନଈପଠା ଧାର ଆମ୍ବତୋଟା ମାଳ

ଚାନ୍ଦିନୀ ଗାଧୁଆ ରାତି

ପ୍ରେମିକା ମୋହର ପ୍ରତୀକ୍ଷା କରଇ

ପରଶି ଦେବାକୁ ପ୍ରୀତି ।


ପ୍ରେମିକା ମୋହର ଅତି ଲାଜକୁଳୀ

ଆଖିରେ କାହାଣୀ ଲେଖା

କଥା ମଧୁ ବୋଳା ହସ ପ୍ରିତୀ ଝରା

ଚାଲିରେ ତା' ମାଦକତା ।


ପ୍ରେମିକା ମୋହର ଅପସରୀ ନୁହେଁ

ନିଷ୍ପାପ ମଣିଷଟିଏ

ସରଳ ଚାହାଣୀ ମନ ନିଏ କିଣି

ସରଳତା ମନ ମୋହେ ।


ପ୍ରେମିକା ମୋହର ସୁନ୍ଦର ଫୁଲଟେ

ସୁଗନ୍ଧ ବିତରୁ ଥାଏ

ତା' ଚାରିପଟରେ ପ୍ରେମ ବର୍ଷା କରି

ସଭିଙ୍କୁ ଖୁସୀ ବିତରେ ।


ମୋ ପାଇଁ ଜାଳୁଛି ପ୍ରେମ ଦିପାଳୀ ସେ

ସାହସ ସଂଗ୍ରହେ ବ୍ୟସ୍ତ

ପିତା ମାତାଙ୍କର ଆଶୀର୍ବାଦ ବିନା

ଧରିବନି ମୋର ହାତ ।


ମନ ତା' ପବିତ୍ର ହୃଦୟ ବିରାଟ

ଆଶାର ଦିପାଳୀ ଜାଳେ

ଅପେକ୍ଷା କରିଛି ସେଇ ଦିନଟିକୁ

କେବେ ଆସିବ ମୋ ଘରେ ।


ଶଙ୍ଖା ସିନ୍ଦୂର ମୁଁ ସାଇତି ରଖିଛି 

ତା' ବାଟକୁ ଚାହିଁ ଅଛି

ଭାବନାକୁ ତା'ର ସମ୍ମାନ ଦେଇ ମୁଁ

ପ୍ରତୀକ୍ଷା କରି ବସିଛି ।


Rate this content
Log in

Similar oriya poem from Romance