Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

B Shankar Mishra-ZiTu

Others

3  

B Shankar Mishra-ZiTu

Others

ମୋ ପ୍ରେମ

ମୋ ପ୍ରେମ

1 min
12K


#ମୋ_ପ୍ରେମ

    ✍️କବି ଜିତୁମଣି


ଅଵଶ୍ୟ ମୁଁ ପ୍ରେମର ବିଫଳ ନାୟକ

କେବେ ଚାହିଁନି ତା ସ୍ପର୍ଶ କି ଦେଖେନି ସ୍ବପ୍ନ,

ଯିଏ ଭରିଦେଵ ଶିହରଣ ମୋ ଥାନ, ଅଥାନରେ

ହେଲେ ଆଶା ରଖେ ତା' ମୁରୁକି ହସ ଓ କୋଣ ଚାହାଣୀରେ..

ଯହୁଁ ଶିଖିବାର ଇଚ୍ଛାଥାଏ ପ୍ରେମର ପ୍ରକାର ।।


ବାଳୁତ ପରଠୁ ଜାଣିଲି ଅଵଶ୍ୟ..

ପ୍ରେମର ବୟସ ଭିନ୍ନ ଭିନ୍ନ

ଛୁଇଁ ପାରିଲିନି ତାକୁ କିନ୍ତୁ ସଶରୀରେ,

ବୁଝିଲି ଲୁଚିଛି ସେ ଖାଲି ଅନ୍ତରରେ ମାତ୍ର..

ତାକୁ ଧରିବାଟା ନୁହେଁ ସହଜ ।।


କେବେ କହିଛ କି ତା'ରେ..

ବାନ୍ଧିଦେ ତୋ ରାକ୍ଷୀ ଡୋରିର ପ୍ରେମରେ..

ମୋ କାହାଣୀର ପ୍ରେମ ଏକ ବନ୍ଧନ,ଚିନ୍ତନ.....

ଯହିଁ ଥାଏନା ସୀମା, ଲିଙ୍ଗ କିମ୍ବା ଛୋଟବଡ଼ର ବିଚାର

ମୁଁ ତ ଜାଣିନି ସେ ପ୍ରେମ..

ଯହିଁ ଆଶା ଥିବ ଖାଲି ଦୈହିକ ମିଳନର ।।


ହେଲେ ଦେଖିଛି ମୁଁ ସେ..... 

ପ୍ରସବ ବେଦନାରେ ବାରି ହେଉଥିବା ପ୍ରେମ, 

ଆଉ ସ୍ତନରୁ ଝରି ପଡୁଥିବା ପ୍ରେମ,

ମେଳାଭିଡ଼ ଭିତରେ କାନ୍ଧରେ ବୋହିବାର ପ୍ରେମ,

ଭାତହାଣ୍ଡିରୁ ଆରମ୍ଭ ଠୁ ଲୁଗାକାନିରେ ଝାଳ ପୋଛା ପୁଣି କାନିବିଞ୍ଚଣାର ପ୍ରେମ, 

ତା' ଫେରିବା ବାଟ ଅପେକ୍ଷାର ସେ ପ୍ରେମ,

ମରିବା ବଂଚିବା ଲଢେଇରେ ଦିଅଁଦେବୀଙ୍କୁ ପ୍ରେମ,

ପୁଣି ମୁଣ୍ଡପିଟି ବୁକୁଫଟା ଚିତ୍କାରରେ ଛପିଥିବା ପ୍ରେମ ।।


     🙏ବି. ଶଙ୍କର ମିଶ୍ର,ସାମ୍ବାଦିକ

       ସର୍ବସାଧାରଣ ଖବରକାଗଜ

          ବଡ଼ସାହି, ମୟୂରଭଞ୍ଜ


Rate this content
Log in