ମୋ ମନର ପ୍ରଶ୍ନ
ମୋ ମନର ପ୍ରଶ୍ନ
କରି କରାଉ ଥାଉ ତୁହି
ଏକଥା ଯଦି ସତ୍ୟ ହୋଇ।
ଦୋଷୀକୁ ଦଣ୍ଡ ତୁ ନଦେଉ
ନିର୍ଦ୍ଦୋଷ ଧର୍ଯ୍ୟକୁ ହରାଉ।
ଅଧର୍ଯ୍ୟ ହୋଇ ବିଚରାଟି
କରିଥାଏ ସେ ପାପ ଗୋଟି।
ସେଥିରେ ତାହାର କି ଦୋଷ
କହିଦିଅ ହେ ପୀତବାସ।
ସେ ପାପେ ଭାଗୀ କାହିଁପାଇଁ
ହୋଇବ ନିର୍ଦୋଷ ଗୋସାଇଁ।
ତୁମ କଲା କର୍ମ ଫଳକୁ
ଦେଇଛ ନିର୍ଦ୍ଦୋଷ ମୁଣ୍ଡକୁ।
ଏଥିରେ ଦୋଷଟି କାହାର
ଟିକିଏ କରନ୍ତୁ ବିଚାର।
ସତ୍ୟ ଯଦି ଚନ୍ଦ୍ର ତପନ
ଶୂନ୍ୟେ ରହି କର ଦର୍ଶନ।
ତୀକ୍ଷଣ ଦୃଷ୍ଟିରେ ନିରେଖି
ଦୋଷୀ ଓ ନିର୍ଦ୍ଦୋଷ ପରଖି।
ବଖାଣ ଶ୍ରୀହରି ଛାମୁରେ
ନିର୍ଦ୍ଦୋଷ ନପାଉ ଦଣ୍ଡରେ।
ଚନ୍ଦ୍ର ସୂର୍ଯ୍ୟ ହରି ଶଙ୍କର
ସତ୍ୟ ଯଦି ଏହି ସଂସାର।
ଏଥକୁ କର ପ୍ରତିକାର
ଜଣାଏ ଭକତ ତୁମର।
ଅଧମ କରୁଛି ପ୍ରୟାସ
ଦୋଷ କ୍ଷମ ହେ ହୃଷିକେଶ।
ଓଡ଼ିଆ ଭାଗବତ ବାଣୀ
ହୋଇଯିବକିରେ କାହାଣୀ।
ଦୋଷୀ ଯଦି ଦଣ୍ଡ ପାଆନ୍ତା
ନିର୍ଦ୍ଦୋଷ ନିଶ୍ଚିନ୍ତ ହୁଅନ୍ତା।
ସେ କଥା କିଭଲ ଲାଗୁନି
ସଭିଙ୍କୁ ବନାଅ ଶକୁନି।
ଏପରି ହୋଇଲେ ସଂସାରେ
ପାପ ଜୀବ ବଢି ପୃଥ୍ଵୀରେ।
ଧର୍ମ ଅଧର୍ମ ନ ବିଚାରି
କୁକର୍ମକୁ ନରେ ଆଦରି।
ଭୟ ନ ଥିବ କାହା ମନେ
ପାପ ପଙ୍କେ ବୁଡିବେ ଜନେ।
ଲୋଭ ପରମ ଶତ୍ରୁ ଜାଣି
ପକାଉ ତାହାକୁ ତୁ ଟାଣି।
ମାୟାରେ ତୋହର ଆଛନ୍ନ
ହୋଇଣ ଜ୍ଞାନୀ ଗୁଣି ଜନ।
ମୋହଗ୍ରସ୍ତ ତାଙ୍କରି ମନ
କାହିଁକିରେନନ୍ଦ ନନ୍ଦନ।
ଅନେକ ଦିନର ପ୍ରଶନ
ଭାବୁଥିଲା ଯାହା ମନ।
ବଖାଣି ଦେଲିରେ ଶ୍ରୀହରି
ମନରେ ମୋ ଚାପି ନପାରି।
ଉତ୍ତର ଆଶାରେ ରହିଲି
ବିଚାର କରିବୁ ଭାବିଲି।
ମୁଁ ପରା ମାଆଟି ତୋହର
ଏକଥା ନଭୁଲ କୁମର।
ଉତ୍ତର ପାଇବା ଆଶାରେ
ରହିଲି ତୋ ମୁଖ ଚାହିଁରେ।
ଭୁଲିବେ ଭାଗବତ ବାଣୀ
ଭାବିଣ ଏହାକୁ କାହାଣୀ।
ଏଥକୁ ନକଲେ ଉପାୟ
ଜନେ ମଣିବେ ତୋତେ ହେୟ।
ମାତା ହୋଇ ପାରିବି ସହି
କିପରି କହ ଦୟା ବହି।
ଦୋଷୀ ପଛେ ଖଲାସ ହେଉ
ନିର୍ଦ୍ଦୋଷଟି ଦଣ୍ଡ ନ ପାଉ।
ଏତିକି କାମନା ମୋହର
ପୂର୍ଣ୍ଣ କରହେ ଚକ୍ରଧର।
ପୁତ୍ର ପଣେ କଲିରେ ଦାବି
ବିଚାର କରିବୁ ତୁ ଭାବି।
ଦିନ ଆସିବ ଭାରତୀୟ
ଭୁଲିବେ ରୂପ କମନୀୟ।
ଲେଖିବେ ନୂଆ ଭାଗବତ
କହୁଛି ଏକଥା ମୁଁ ସତ।